ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସିଛି ନିର୍ବାଚନୀ ଋତୁ । ଦିଲ୍ଲୀରୁ ପଲ୍ଲୀ ସବୁଠି ବହୁଛି ନିର୍ବାଚନୀ ହାୱା । ତେବେ ଏହି ରାଜନୀତିକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା । କାରଣ କାଲି ଯିଏ ଶତ୍ରୃ ଥିଲା ଆଜି ସିଏ ଗୋଟିଏ ଥାଳିରେ ଖାଉଛନ୍ତି । ଶାସନ କାଳ ମଧ୍ୟରେ ନେତାମାନେ ଯେଉଁ ଗାଁ ଆଜି ସେଇ ଗାଁକୁ ଯାଇ ଗରୀବଙ୍କ ସହ ପଖାଳ ଖାଉଥିବା ଦେଖିବାକୁ ମିଳୁଛି । କ୍ଷମତା ପାଇଁ ନେତାମାନେ କଣ କଣ ସବୁ କରୁଛନ୍ତି ତାକୁ ଦେଖି ଜନତା କହୁଛନ୍ତି ବାଃ ବାଃରେ ରାଜନୀତି ।
ପାନ ଗୁଆ ଖଇର ଗୁଆ କାତି ଭଲ ବ୍ୟବସାୟ ରାଜନୀତି । ସତରେ କଣ ରାଜନୀତିଠାରୁ ଆଉ କିଛି ଭଲ ବ୍ୟବସାୟ ନାହିଁ କି? ଯେଉଁଠି ପାଇଁ ଯିଏ ଥରେ ଖାଇଛି ପକେଇବା ଛେପକୁ ବି ଟାଟିପା ପାଇଁ ପଛଉନି । ଏଭଳି ଚର୍ଚ୍ଚା ହେଉଛି ସବୁଠି । ରାଜ୍ୟ ରାଜନୀତିରେ ବିଗତ ଦିନରେ ଦାମ ବାବୁ ବିଜେପିକୁ ସବୁଠାରୁ ବଡ ଶତ୍ରୃ ଭାବରେ ଦେଖି ଆସୁଥିଲେ । କିନ୍ତୁ ସେ ବିଜେପିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇ ଯାଇଛି ତୁମ୍ବି ତୋଫାନ । ତେବେ କେତେକ ଦାମଙ୍କ ବିଜେପି ଯୋଗ ଦାନକୁ ମଧ୍ୟ ସମର୍ଥନ ଜଣାଉଛନ୍ତି । କାରଣ ବିଗତ ଦିନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ଅତି କଟୁ ଭାଷାରେ ଗାଳି ଦେଉଥିଲେ ସୁଦ୍ଧା ଏବେ ସେ ନବୀନଙ୍କ ସୁନା ପୁଅ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।
ଦୁଇ ଦିନ ପୂବେ ଖବର ପ୍ରସାରଣ ହୋଇଥିଲା କି ପ୍ରଶାସନିକାରୁ ରାଜନେତା ହୋଇଥିବା ଅପରାଜିତା ଷଢ଼ଙ୍ଗୀ ଗରୀବ କୁଡିଆରେ ପଖାଳ ଖାଉଥିଲେ । ଯାହାକୁ ନେଇ ସୋସିଆଲ ମିଡିରେ ବହୁତ ପ୍ରଚାର ମଧ୍ୟ ହୋଇଥିଲା । ତେବେ ବିଜେପି ବିଜେଡି ଏବଂ କଂଗେସ ସବୁ ଦଳରେ ନେତାଙ୍କ ହାବ ଭାବ ଦେଖି ସବୁଠି ଜନତା କହୁଛନ୍ତି ବାଃ ବାଃରେ ରାଜନୀତି । କାରଣ ସବୁ ଦଳରେ ନେତାମାନେ ଦଳ ବଦଳ କରୁଥିବା ବେଳେ କିଛି ନେତା ନିଜର ରାଜନୈତିକ କ୍ୟାରିୟର ପାଇଁ ବଳି ପଡିବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ ଏହି ଖବରଟି ଜନ ସାଧାରଣଙ୍କ ଅନୁରୋଧ କ୍ରମେ ଜନହିତରେ ଜାରି ପାଇଁ ପ୍ରକାଶ କରାଯାଇଛି । ଦୟାକରି କେହି ଦେହକୁ ନେବେନି ।