ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶ୍ରୀ ମନ୍ଦିରରେ ଘଟିଛି ଅଘଟଣ । ରକ୍ତାକ୍ତ ହୋଇଛନ୍ତି ମହିଳା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ଜଣଙ୍କ ହେଉଛନ୍ତି କଟକ ବାଙ୍କୀ ଅଞ୍ଚଳର ବାସନ୍ତୀ ରାଉତ ।
ମିଳିଥିବା ରିପୋର୍ଟ ଅନୁସାରେ, ମହାପ୍ରଭୂଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ନାଟମଣ୍ଡପରୁ ଏକ ପ୍ଲାଷ୍ଟର ଖସିପଡିଥିଲା । ଯାହା ବାସନ୍ତୀଙ୍କ ମୁଣ୍ଡରେ ପଡିଥିଲା । ଫଳରେ ମୁଣ୍ଡ ଫାଟିଯିବା ସହ ପ୍ରବଳ ରକ୍ତ ବୋହିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲକୁ ନେଇଯାଇଥିଲେ । ଏବେ ବାସନ୍ତୀଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।