ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଆଜି ବଡି ଭୋରୁ ଏକ ସଡକ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧା ଚାନ୍ଦପୁର ବାଇପାସ୍ ନିକଟରେ ଏକ ଟ୍ରକ୍ କୁ ଧକ୍କା ଦେଇଛି ମିନିଟ୍ରକ୍ । ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ଅନ୍ୟଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ଅପର୍ତ୍ତି ବିଶ୍ୱାଳ ଏବଂ ଜିତେନ୍ଦ୍ର ପ୍ରଧାନ ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ୧୬ ନମ୍ବର ଜାତୀୟ ରାଜପଥରେ ରାତି ପ୍ରାୟ ୩ଟା ବେଳେ ଅନେକ ମାଲ ବୋଝୋଇ ଟ୍ରକ ଯାତାୟତ କରୁଥିଲା । ସେଥିମଧ୍ୟରୁ ଏକ ଟ୍ରକ୍ କୌଣସି କାରଣ ବସତଃ ଅଚାନକ ବ୍ରେକ୍ ମାରିବାରୁ ପଛରେ ଆସୁଥିବା ମିନିଟ୍ରକ୍ ଟି ଭାରସାମ୍ୟ ହରାଇ ଟ୍ରକ୍ କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରକରେ ଥିବା ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ମିନିଟ୍ରକର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହିତ ଟ୍ରକ୍ ଦୁଇଟିକୁ ଅଟକ ରଖିଛି ।