ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିଜର ମୁହଁ ଖୋଲା ତୁଣ୍ଡ ପାଇଁ ରାଜ୍ୟ ରାଜନୀତି ବେଶ ପରିଚିତ ଦାମ ବିଜେପିରେ ଯୋଗ ଦେବାପରେ ବିଜେପିର ପଲ୍ଲା ଭାରି ରହିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପିକୁ ଆହୁରି ସୁଦୃଢ଼ କରିବା ପାଇଁ ଦାମଙ୍କ ମଧ୍ୟସ୍ଥତାରେ ଆଉ କିଛି ବରିଷ୍ଟ ନେତାଙ୍କୁ ଦଳରେ ସାମିଲ କରାଯାଇପାରେ । ତେବେ କିଏ ଏହି ସବୁ ନେତା? ତେବେ ହେଉଥିବା ଚର୍ଚ୍ଚାରେ ପ୍ରଥମେ ରହିଛନ୍ତି ଉକ୍ରଳ ଭାରତ ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ । ବିଜେପି ଛାଡି ନିଜେ ଦଳ ଗଢ଼ିଥିବା ଖାରବେଳ ମଧ୍ୟ ବିଜେପିରେ ଯୋଗ ଦେଇ ପାରନ୍ତି । ସ୍ୱଛ ନିର୍ମଳ ଭାବ ମୂର୍ତ୍ତି ପାଇଁ ବେଶ ପରିଚିତ ଖାରବେଳ ପୁଣିଥରେ ପୁରୁଣା ଘରକୁ ଫେରିପାରନ୍ତି ।
ଯେଉଁ ସବୁ ତୁଙ୍ଗ ନେତା ବିଜେଡି ଛାଡିବେ ସେମାନଙ୍କୁ ଏବଂ ବିଜେଡି ବିରୋଧୀ ନେତାଙ୍କୁ ବିଜେପି ଗୋଟାଇବ ବୋଲି ଚର୍ଚ୍ଚା ହେଉଛି । ପୁରୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଯଦିଓ ବିଜେପିରେ ଯୋଗ ଦେଇପାରନ୍ତି କିନ୍ତୁ ବିଜେପି ସମର୍ଥନରେ ସେ ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି । ଅପରପକ୍ଷରେ ବିଜେପିକୁ ବାଏ ବାଏ କହିଥିବା ଦୁଇ ବରିଷ୍ଟ ନେତା ଦିଲ୍ଲିପ ରାୟ ଏବଂ ବିଜୟ ମହାପାତ୍ର ମଧ୍ୟ ପୁଣିଥରେ ଦଳକୁ ଫେରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ ଦୁଇଦିନ ତଳେ ବିଜେଡି ଛାଡିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ସବୁ ମରିଷ୍ଟନେତାମାନେ ବିଜେପିରେ ଯୋଗ ଦିଅନ୍ତି ତେବେ ଆଗାମି ଦିନରେ ଅମିତ ଶାହାଙ୍କ ଗଣିତ ଏକ ପ୍ରକାର ସତ ହୋଇପାରେ ।