ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୌଣସି ଫିଲ୍ମରେ ହେଉ ଅବା ହସ୍ପିଟାଲରେ ଆପଣମାନେ ନିଶ୍ଚିତ ରୂପେ ଦେଖିଥିବେ କି ଡାକ୍ତରମାନେ ସବୁଜ ରଙ୍ଗର ପୋଷାକ ପିନ୍ଧି ରହିଥାନ୍ତି । ଏହି ରଙ୍ଗର ପୋଷାକ ଖାସ୍ କରି ଅପରେଶନ ସମୟରେ ଡାକ୍ତରମାନେ ପିନ୍ଧିଥାନ୍ତି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ରୋଗୀଙ୍କୁ ଅପରେଶନ କରିବା ସମୟରେ ଡାକ୍ତରମାନେ କାହିଁକି ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତି, ମାତ୍ର ଅନ୍ୟ ରଙ୍ଗର ପୋଷାକ କାହିଁକି ପିନ୍ଧନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କାରଣ..
କୁହାଯାଏ ପୂର୍ବରୁ ଡାକ୍ତରଙ୍କଠାରୁ ନେଇ ହସ୍ପିଟାଲର ସମସ୍ତ କର୍ମଚାରୀ ଧଳା ପୋଷାକ ପିନ୍ଧୁଥିଲେ । କିନ୍ତୁ ୧୯୧୪ ରେ ଏକ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ପୋଷାକର ରଙ୍ଗରେ ପରିବର୍ତ୍ତନ କରିଥିଲେ । ସେବେଠାରୁ ଆଜି ଯାଏଁ ଏହି ନୀତି ଚାଲି ଆସୁଛି । ଏହାବ୍ୟତିତ ଆପଣମାନେ ଅନେକ ସ୍ଥାନରେ ନଜର ପକାଇଥିବେ କି ହସ୍ପିଟାଲର ପରଦା, ବେଡସିଟ୍, ମାସ୍କ ଆଦି ସବୁଜ ରଙ୍ଗର ହୋଇଥାଏ । ଏଠି ପ୍ରଶ୍ନ ଉଠୁଛି କି ପ୍ରକୃତରେ ସବୁଜ ରଙ୍ଗରେ କଣ ଖାସ୍ ରହିଛି, ଯାହା ଅନ୍ୟ ରଙ୍ଗରେ ନାହିଁ ।
ରିପୋର୍ଟ ମୁତାବକ, ସର୍ଜରୀ ସମୟରେ ଡାକ୍ତରମାନେ ସବୁଜ ରଙ୍ଗର ପୋଷାକ ଏଥିପାଇଁ ଆରମ୍ଭ କଲେ କାରଣ ଏହା ଆଖିକୁ ଆରାମ ଦେଇଥାଏ । ସର୍ବଦା ଏଭଳି ହୋଇଥାଏ ଯେବେ ବି ଆମେ କୌଣସି ରଙ୍ଗକୁ ବାରମ୍ବାର ଦେଖିଥାଉ ଆଖି ପୂରା ପୁରି ଥକି ଯାଏ । ଆଖିକୁ ଝାପ୍ସା ଦେଖାଯାଏ, କିନ୍ତୁ ସବୁଜ ରଙ୍ଗକୁ ଦେଖିବା ପରେ ଅଖିକୁ ଆରାମ ଅନୁଭବ ହୋଇଥାଏ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଅଖିର ଜୈବିକ ନିର୍ମାଣ ଏଭଳି ହୋଇଛି । ଯାହା ମୁଖ୍ୟତଃ ଲାଲ, ସବୁଜ ଏବଂ ନୀଳ ରଙ୍ଗ ଦେଖିବା ପାଇଁ ସକ୍ଷମ । ଏହି ସବୁ ରଙ୍ଗର ମିଶ୍ରଣ ରେ ତିଆରି ହୋଇଥିବା ରଙ୍ଗକୁ ମଣିଷ ଚିହ୍ନି ପାରିଥାଏ । କିନ୍ତୁ ଏହି ସବୁ ରଙ୍ଗ ତୁଳନା ରେ ସବୁଜ ରଙ୍ଗକୁ ଭଲ ଭାବେ ଦେଖି ହୋଇଥାଏ । ଅଖି ଉପରେ ସବୁଜ ରଙ୍ଗର ପ୍ରଭାବ ଅଧିକ ପଡିନଥାଏ । ଯେତିକି ଅନ୍ୟ ରଙ୍ଗର ପ୍ରଭାବ ଅଖି ଉପରେ ପଡିଥାଏ । ସେଥିପାଇଁ ହସ୍ପିଟାଲରେ ପରଦାଠାରୁ ଆରମ୍ଭ ହୋଇ କର୍ମଚାରୀଙ୍କ ପୋଷାକ ପର୍ଯ୍ୟନ୍ତ ସବୁଜ ରଙ୍ଗ ବ୍ୟବହାର ହୋଇଥାଏ । ଯାହାଫଳରେ ହସ୍ପିଟାଲକୁ ଆସିଥିବା ରୋଗୀଙ୍କ ଆଖିକୁ ଆରାମ ମିଳିପାରିବ । ବିଶେଷକରି ଡାକ୍ତରମାନେ ସବୁଜ ରଙ୍ଗର ପୋଷାକ ଏଥିପାଇଁ ପିନ୍ଧନ୍ତି କାରଣ ସେମାନେ ଅପରେଶନରେ ଲଗାତର ଭାବେ ରକ୍ତ ଦେଖିବା ପରେ ମାନସିକ ଚିନ୍ତାରେ ପଡିପାରନ୍ତି । ସେଥିପାଇଁ ସେ ସବୁଜ ରଙ୍ଗ ଦେଖି ମାନସିକ ଚିନ୍ତାରୁ ମୁକ୍ତି ପାଇଥାନ୍ତି ।