ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ଦୁନିଆର ସବୁଠାରୁ ବଡ କ୍ରିକେଟ ଲିଗ୍ ଅର୍ଥାତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ଏପ୍ରିଲ ୯ ତାରିଖରେ ଆରମ୍ଭ ହୋଇଯିବ ଆଇପିଏଲର ୧୪ତମ ସିଜିନ୍ । ଏହି ସିଜିନ୍ ର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ମଧ୍ୟରେ ଚେନ୍ନାଇରେ ସନ୍ଧ୍ୟା ସାଢେ ସାତଟାରେ ଖେଳାଯିବ ।
ଏହି ସିଜିନ୍ ରେ ପ୍ରତ୍ୟେକ ଟିମ୍ କୁ ୯୦ ମିନିଟ୍ ରେ ୨୦ ଓଭର ଶେଷ କରିବାକୁ ହେବ । ଏଥିରେ ଷ୍ଟ୍ରାଟେଜିକ୍ ଟାଇମ ଆଉଟ ର ପାଞ୍ଚ ମିନିଟ୍ ମଧ୍ୟ ସାମିଲ ରହିବ ।ଏହାସହିତ ଏହି ସିଜିନ୍ ରେ ସଫ୍ଟ ସିଗନାଲ ନିୟମ ମଧ୍ୟ ରହିବ ନାହିଁ । ଏହା ବ୍ୟତିତ ଗତ ସିଜିନ୍ ରେ ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ସର୍ଟ ରନ୍ ଚେକ୍ କରିବାର ଦାୟିତ୍ୱ ଥାର୍ଡ ଅମ୍ପାୟରକୁ ଦେଇଛି ବିସିସି÷ଆଇ ।
ଚଳିତ ସିଜିନ୍ ରେ ମୋଟ ୧୧ ଟି ଡବଲ ହେଡର୍ସ ମୁକାବିଲା ହେବ । ଛଅଟି ଟିମ୍ ଦ୍ୱିପ୍ରହରେ ତିନୋଟି ମ୍ୟାଚ ଏବଂ ଦୁଇଟି ଟିମ୍ ଦ୍ୱିପ୍ରହରେ ଦୁଇଟି ମ୍ୟାଚ୍ ଖେଳିବେ । ଦ୍ୱିପ୍ରହରର ମୁକାବିଲା ୩ଟା ବେଳେ ଏବଂ ସନ୍ଧ୍ୟାର ମୁକାବିଲା ସାଢେ ସାତଟାରେ ଖେଳାଯିବ ।