କଟକ (ଏଟିଆର ବ୍ୟୁରୋ); ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ କଟକ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ କରାଯାଇଛି । ଆଜି ଭାରତୀୟ ଦଳ ଆସି ପହଁଞ୍ଚିବ । ଅଂଶଗ୍ରହଣକାରୀ ଦେଶ ସଂଖ୍ୟା ସମ୍ଭାବ୍ୟ ୧୭ରୁ ୧୨କୁ ଖସି ଆସିଛି।
ଯଦିଓ ସମସ୍ତ ଭାରତୀୟ ଖେଳାଳିମାନେ ଏକା ସାଙ୍ଗରେ ଆସୁନାହାନ୍ତି, ତଥାପି ପର୍ଯ୍ୟାୟକ୍ରମେ ଖେଳାଳିମାନେ ବିଶ୍ବର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରି ସିଧାସଳଖ ଭୁବନେଶ୍ବରରେ ପହଞ୍ଚୁଥିବା କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ମାନବ ଠାକ୍କର, ଅର୍ଚ୍ଚନା କାମତ, ମନିକା ବାତ୍ରା ଓ ଶରତ କମଲ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ବା˚ଲାଦେଶ, ସ୍କଟଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କାର ଖେଳାଳି ଏଠାରେ ଓହ୍ଲାଇବେ।
ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା କୁହାଯାଉଛି। ଶରତ କମଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏବେ ଜବରଦସ୍ତ ଫର୍ମରେ ରହିଛି। ଯଦିଓ ପୁରୁଣା କୀର୍ତ୍ତିମାନକୁ ନଜରରେ ରଖିଲେ ଶରତ ହିଁ ଏକମାତ୍ର ଆଶା ବୋଲି କୁହାଯାଉଥିଲେ ବି ସଦ୍ୟତମ ପ୍ରଦର୍ଶନ ଓ ଅନ୍ୟ ଦଳଗୁଡ଼ିକର ସ୍ଥିତିକୁ ଦେଖିଲେ ଭାରତ ପାଖରେ ସର୍ବାଧିକ ପଦକ ହାସଲ କରିବା ସୁଯୋଗ ସୃଷ୍ଟି ହୋଇଛି।
ଗତକାଲିଠାରୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି।ଏହି ଚାମ୍ପିୟନସିପ୍ରେ ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ? ଦଳର ଷ୍ଟ୍ରାଟେଜୀ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।ମୁଖ୍ୟତଃ ଭାରତୀୟ ଟିମ ପାଇଁ ଇଂଲଣ୍ଡ ଚାଲେଞ୍ଜ ହୋଇପାରେ। ହେଲେ ଭାରତ ପାଇଁ ଘରୋଇ ଭେନ୍ୟୁ ହୋଇଥିବାରୁ ଟିମ୍ ସଫଳ ହେବ ବୋଲି ଆଶା କରାଯାଉଛି।