ରାଞ୍ଚି (ଏଟିଆର ବ୍ୟୁରୋ); ଶୁକ୍ରବାର ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ । ଏହି ମ୍ୟାଚକୁ ଭାରତ ଜିତି ସିରିଜ ହାତେଇ ଟି-୨୦ ବଦଲା ନେବା ପାଇଁ ମଇଦାନକୁ ଓହ୍ଳାଇବ ଭାରତ । ଦଳରେ ଖେଳାଳିମାନେ ଭଲ ଫର୍ମରେ ଥିବା ବେଳେ ଅଧିନାୟକ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଏଣୁ ସିରିଜ ଶେଷ ହେବା ପୂର୍ବରୁ କଙ୍ଗାରୁ ବାହିନୀକୁ ଅମାନତ ହରାଇବା ପାଇଁ ଚେଷ୍ଟା କରିବ ବିରାଟ ବାହିନୀ । ସେପଟେ ତୃତୀୟ ଦିନିକିଆ ଜିତି ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ଅଷ୍ଟ୍ରେଲିଆ । ପ୍ରଥମ ଦୁଇଟି ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଶେଷ ସମୟରେ ହାରିଥିଲା । ଏଣୁ ଏହି ମ୍ୟାଚରେ ପୁରୁ ତ୍ରୃଟିକୁ ସଧାରି ମ୍ୟାଚ ଜିତି ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ଦଳ ।
ଦୁଇ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ରହିଛନ୍ତି । ତୃତୀୟ ମ୍ୟାଚଟି ଦୁଇ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଣୁ ଏହି ମ୍ୟାଚଟି କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଭାରତୀୟ ଦଳରେ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାରୁ ଦଳରେ କୌଣସି ପରିବର୍ତ୍ତନ ହୋଇନପାରେ ବୋଲି ଆଶା କରାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦଳରେ କିଛି ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।
ଦ୍ୱିତୀୟ ଦିନିକିଆ ଅତି ରୋମାଞ୍ଚକ ହୋଇଥିଲା । ଏଣୁ ଏହି ମ୍ୟାଚଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ତାଠାରୁ ଆହୁରି ଧମାକାଦାର ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କଙ୍ଗାରୁ ବାହିନୀ ହାତରେ ମ୍ୟାଚ ଥିବା ବେଳେ ଶେଷ ଓଭରରେ ଘାତକ ବୋଲିଂ କରି ମ୍ୟାଚକୁ ଛଡାଇ ବିଜୟ ଦଳକୁ ବିଜୟ କରିଥିଲେ । ସେହି ମ୍ୟାଚରେ ମଧ୍ୟ ସେ ବିରାଟଙ୍କ ସହ ସାଥ ଦେଇ ଦଳୀୟ ସ୍କୋରକୁ ବଢ଼ାଇଥିଲେ । ଭୁଲ ବୁଝାବଣା ପାଇଁ ସେ ରନ ଆଉଟ ହୋଇଯାଇଥିଲେ । ମ୍ୟାଚରେ ଭଲ ବ୍ୟାଟିଂ ଏବଂ ବୋଲି କରିଥିବା ବିଜୟ ଏବଂ ଅଧିନାୟକ କୋହଲିଙ୍କୁ ଟାର୍ଗେଟ କରିବ କଙ୍ଗାରୁ ବାହିନୀ ।