ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇସିସି ମିଟିଙ୍ଗ ପାଇଁ କେବଳ ଆଉ୪ ଦିନ ବାକି ରହିଛି । ଯେଉଁଥିରେ ନିଷ୍ପତି ନିଆଯିବ କି ଅଷ୍ଟ୍ରେଲିଆରେ ଚଳିତବର୍ଷ ହେବାକୁ ଥିବା ଟି୨୦ ୱାଲ୍ଡକପ୍ ଆୟୋଜନ କରାଯିବ କି ନାହିଁ । ଅନେକ ସୂତ୍ରରୁ ଜାଣିବାକୁ ମିଳିଛି କି ଚଳିତବର୍ଷ ହେବାକୁ ଥିବା ଟି୨୦ ୱାଲ୍ଡକପ୍ ପକ୍ଷରେ ନାହିଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।
କରୋନା ପାଇଁ ସେପ୍ଟମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟ୍ରାଭେଲ ଉପରେ ବ୍ୟାନ ଲଗାଯାଇଛି । ଇତିମଧ୍ୟରେ ଅକ୍ଟୋବର ପୂର୍ବରୁ ସମସ୍ତ କ୍ରିକେଟ ଟିମ୍ କୁ ଅଷ୍ଟ୍ରେଲିଆରେ ପହଁଚିବାକୁ ପଡିବ । ୧୬ଟି ଟିମ୍ ରେ ସାମିଲ ଥିବା ୩୦ ସଦସ୍ୟ ଯେଉଁଥିରେ ଖେଳାଳୀ ସମତେ ସ୍ପୋର୍ଟ୍ସ ଷ୍ଟାଫ ଏହି ଯାତ୍ରାରେ ସାମିଲ ହେବେ । ଯାହାଦ୍ୱାରା କୌଣସି ବି ଟିମ୍ ପାଇଁ ମୁସକିଲ ହୋଇପାରେ ଏହି ଯାତ୍ରା । ଯଦି ବିନା ଦର୍ଶକରେ ବି ଖେଳ ଖେଳାଯାଏ ତେବେ କମେଂଟେଟର, ଟୁର୍ଣ୍ଣାମେଣ୍ଟ ସହିତ ଅନ୍ୟ ସଦସ୍ୟଙ୍କୁ ସେଠାରେ ପହଁଚିବାକୁ ପଡିବ । ଏହାସହିତ ୧୫ ବିଦେଶୀ ଟିମ୍ କୁ ୭ ଟି ସହରରେ ସମ୍ଭାଳିବା ଏବଂ ୪୫ ମ୍ୟାଚ ର ଆୟୋଜନ କରିବା ଅଷ୍ଟ୍ରେଲିଆ ପାଇଁ କଠିନ ପ୍ରମାଣିତ ହୋଇପାରେ ।
ଯଦି ଟି୨୦ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ନହେବ ତେବେ ଆଇସିସିକୁ ଅନେକ କ୍ଷତି ସହିବାକୁ ପଡିବ । ସେହିପରି ବିସିସିଆଇକୁ ଆଇପିଏଲ ଆୟୋଜନ କରିବା ପାଇଁ ମାଗଣା ୱିଣ୍ଡୋ ମିଳିଯିବ । ମାତ୍ର ଏପର୍ଯ୍ୟ ଅଷ୍ଟ୍ରେଲିଆ ପକ୍ଷରୁ କିଛି ବୟାନ ଆସିନାହିଁ କି ସେ ତାଙ୍କ ଖେଳାଳୀଙ୍କୁ ଆଇପିଏଲ ପାଇଁ ଭାରତ ଭାରତ ପଠାଇବେ କି ନାହିଁ, କିନ୍ତୁ ଅଧିକାଂଶ ଅଷ୍ଟ୍ରେଲିଆ ଖେଳାଳୀ ଆଇପିଏଲ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।