ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଜୁଲାଇ ୨୧ ତାରିଖରୁ ଲଣ୍ଡନରେ ଆରମ୍ଭ ହେବାକୁ ଥିବା ମହିଳା ବିଶ୍ୱ କପ୍ ହକି ଟୁର୍ଣ୍ଣାମେଂଟ ନିମନ୍ତେ ୧୮ ଜଣିିଆ ଭାରତୀୟ ଦଳର ନାମ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୪ଜଣ ଖେଳାଳିଙ୍କ ନାମ ସାମିଲ କରାଯାଇଛି ।
ଏହି ଚାରି ଜଣ ଖେଳାଳି ହେଲେ ଦୀପ ଗ୍ରାସ ଏକ୍କ, ଲିଳିମା ମିନ୍ଜ, ନମିତା ତପୁ, ସୁନିତା ଲାକ୍ରା । ଆମ ରାଜ୍ୟ ପାଇଁ ଏହା ଗୌରବର ବିଷୟ । ଏହାବ୍ୟତୀତ ଖୁବ୍ ଶୀଘ୍ର ଓଡିଶାରେ ମଧ୍ୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଏହି ଖେଳ ଦେଖିବାକୁ ସୁଯୋଗ ପାଇବେ ଦର୍ଶକ ।
ସୂଚନାନୁଯାୟୀ,ହକି ଏକ ବିଶ୍ୱ ପ୍ରସିଦ୍ଧ ଖେଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜାତୀୟ ମାନ୍ୟତା ପାଇପାରିନାହିଁ । ଏନେଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ ।