ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଆଇପିଏଲ ଇଥିହାସରେ ନୂଆ ରେକର୍ଡ ଆଶାରେ ମୁମ୍ବାଇ ଏବଂ ଚେନ୍ନାଇ । ଉଭୟ ଦଳ ୧୧ଟି ସଂସ୍କରଣ ମଧ୍ୟରୁ ତିନୋଟି ଲେଖାଏଁ ଜିତି ସର୍ବଧିକ ବିଜୟ ଲିଷ୍ଟରେ ମିଳିତ ଭାବରେ ଆଗରେ ରହିଛନ୍ତି । ଦ୍ୱାଦଶ ଆଇପିଏଲ ଫାଇନାଲରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଥିବାରୁ ଯେଉଁ ଦଳ ବିଜୟ ହେବ ସେ ଚତୁର୍ଥଥର ଲାଗି ଆଇପିଏଲ ଟାଇଟଲ ହାସଲ କରିବ । ତେବେ ରେକର୍ଡ ଆଶାରେ ଦୁଇ ଦଳ ରହିଛନ୍ତି । ପ୍ରଂଶସକମାନଙ୍କ ମଧ୍ୟରେ ମଧ୍ୟ ଆରମ୍ଭ ହୋଇଛି କଡା ଟକ୍କର ।
ଚଳିତ ବର୍ଷ ମୁମ୍ବାଇ ଏବଂ ଚେନ୍ନାଇ ତିନିଥର ସାମନା ସମାନି ହୋଇଛନ୍ତି । ତେବେ ତିନୋଟିଯାକ ମ୍ୟାଚ ମୁମ୍ବାଇ ସପକ୍ଷରେ ଯାଇଛି । ଏଣୁ ମୁମ୍ବାଇ ପ୍ରଂଶସକମାନେ ସୋସିଆଲ ମିଡିଆରେ ଚେନ୍ନାଇର ମଜାକ ଉଡାଉଛନ୍ତି । କହୁଛନ୍ତି ଚେନ୍ନାଇକୁ ଚଳିତ ବର୍ଷ ଚତୁର୍ଥଥର ହରାଇବା ସହିତ ଚତୁର୍ଥଥର ଲାଗି ଆଇପିଏଲ ଟାଇଟଲ ହାସଲ କରିବୁ । ଅପରପକ୍ଷରେ ଚେନ୍ନାଇ ପ୍ରଂଶସକମାନେ କହୁଛନ୍ତି ସିଂହ ଆସୁଛି ଶିକାର କରିବ । ଧୋନି ବାହିନୀ ପୁଣିଥରେ ଚାମ୍ପିୟନ ହେବ । ଗତଥର ସଂସ୍କରଣରେ ଚେନ୍ନାଇ ଟାଇଟଲ ହାସଲ କରିଥିଲା । ଏଣୁ ଏହି ବିଜୟ ଧାରା ଜାରି ରହିବ ବୋଲି ଆଶା ରଖିଛନ୍ତି ପ୍ରଂଶସକ ।
ଦୁଇ ଦଳରେ ଦକ୍ଷ ଅଲରାଉଣ୍ଡର ଖଚିତ ଅଛନ୍ତି । ଏଣୁ ମ୍ୟାଚର ମୋଡ କଣ ହେବ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବ । ଧୋନିଙ୍କ ଶ୍ରେଷ୍ଟ ଅଧିନାୟକତ୍ୱ କାମ କରୁଥିବା ବେଳେ ଆଇପିଏଲ ଇତିହାସରେ ରୋହିତ ମଧ୍ୟ ଜଣେ ସଫଳ ଅଧିନାୟକ । ପାଣ୍ଡ୍ୟା ବ୍ରଦର୍ସ ଏବେ ଭଲ ଫର୍ମରେ ଅଛନ୍ତି ଏଣୁ ଦଳ ସେମାନଙ୍କ ଉପରେ ଭରଷା ରଖିବ ।