ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କ୍ରିକେଟ ମହାକୁମ୍ଭକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ବିଶ୍ୱକପ ହାତେଇବା ପାଇଁ ସବୁଦଳ ନିଜର ରଣନୀତି ଆରମ୍ଭ କରିଦେଇଛନ୍ତି । ବିଶ୍ୱକପରେ ଭାଗ ନେଇଥିବା ସବୁ ଦେଶର ଖେଳାଳି କଠିନ ପରିଶ୍ରମ କରିବା ସହିତ ଅଭ୍ୟାସ ଜୋରଦାର ଆରମ୍ଭ କରିଛନ୍ତି । ଚଳିତ ବିଶ୍ୱକପ ଇଂଲଣ୍ଡରେ ଅନୁଷ୍ଠିତ ହେବ । ଏଠାରେ ବୋଲରଙ୍କୁ ଭଲ ସୁହାଇବ । ଏଣୁ ସବୁ ଦଳ ନିଜର ପେସର ବୋଲରଙ୍କ ଉପରେ ନିର୍ଭରଶୀଳ ହେବ । ତେବେ ଆସନ୍ତୁ ନଜର ପକାଇବା ବିଶ୍ୱର ୫ଜଣ ପ୍ରମୁଖ ବୋଲରଙ୍କ ଉପରେ ଯେଉଁମାନେ କି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଘାଇଲା କରିବେ ବୋଲି ଆଶା କରାଯାଉଛି ।
ରାବାଦା: ଦକ୍ଷିଣ ଆଫ୍ରିକୀୟ ଦୃତ ବୋଲର ରାବାଦା ଏବେ ଦମଦାର ଫର୍ମରେ ଅଛନ୍ତି । ତାଙ୍କ ବଲକୁ ସାମନା କରିବା ପାଇଁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନମାନେ ଭୟ କରିଥାନ୍ତି । ନିକଟରେ ଭାରତରେ ଖେଳାଯାଇଥିବା ଆଇପିଏଲରେ ସେ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ ।
ମିଚେଲ ଷ୍ଟାର୍କ: ଅଷ୍ଟ୍ରେଲିଆ ଦୃତ ଅଭିଜ୍ଞ ବୋଲରଙ୍କ ଉପରେ ରହିବ ସମସ୍ତଙ୍କ ନଜର । ନିଜର ପେସ ବୋଲର ଆଗରେ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିବାର ଦକ୍ଷତା ଷ୍ଟାର୍କଙ୍କ ପାଖରେ ରହିଛି ।
ଜଶପ୍ରିତ ବୁମରା: ଭାରତୀୟ ଦଳର ନିୟମିତ ବୋଲର ଭାବେ ବେଶ ଜଣାଶୁଣା ବୁମରା । ଶେଷ ଓଭର ସମୟରେ ତାଙ୍କ ବୋଲିଂ ଭୟଙ୍କର ହୋଇଥାଏ । ନିକଟରେ ଯାଇଥିବା ଆଇପିଏଲରେ ଚେନ୍ନାଇ ପରାଜୟର ମୁଖ୍ୟ କାରଣ ଥିଲେ ବୁମରା । ଶେଷ ଦୁଇ ଓଭରରେ ରନକୁ ରଖିଥିଲେ ବୁମରା । ବିଶ୍ୱକପର ଦୃତ ବୋଲରଙ୍କ ଦୌଡରେ ବୁମରାଙ୍କ ସ୍ଥାନ ଆଗରେ ରହିବ ।
ବୋଲ୍ଟ: ନ୍ୟୁଜିଲାଣ୍ଡର ପ୍ରମୁଖ ବୋଲର ଭାବରେ ବେଶ ଜଣାଶୁଣା ବୋଲ୍ଟ । ସେ ଜଣେ ଅଭିଜ୍ଞ ବୋଲର । ଏବେ ସେ ଭଲ ଫର୍ମରେ ଥିବାରୁ ଦଳ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବ । ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ ବୋଲ୍ଟ । ଚଳିତ ସିଜିନରେ ସେ ଦମଦାର ବୋଲିଂ ମଧ୍ୟ କରିଥିଲେ ।
ହାସନ ଅଲ୍ଲି: ସବୁବେଳେ ବୋଲିଂରେ ଦୃଢ଼ ରହିଥାଏ ପାକିସ୍ତାନ । ଜଣକ ପରେ ଜଣେ ଦକ୍ଷ ବୋଲର ଦେଶରେ ଉଭାହେଉଛନ୍ତି । ତେବେ ୨୪ ବର୍ଷିୟ ହାସନ ଅଲ୍ଲି ଦେଶକୁ ବିଜୟ ସ୍ୱାଦ ଛଖାଇବା ସହିତ ବୋଲିଂକୁ ଦୃଢ଼ କରିବେ ବୋଲି ଆଶା ରଖିଛି ଦଳ ।