କଳାହାଣ୍ଡି (ଏଟିଆର ବ୍ୟୁରୋ); ଗତକାଲି ଭାରତ ବିଶ୍ୱକପର ସେମିଫାଇନାଲରେ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥିଲା । ଦଳ ୨୦୧୫ ଭଳି ସେମି ଅଟକି ଯାଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ କ୍ରିକେଟ ପ୍ରେମୀ ଏଭଳି ଦୁଃଖି ହୋଇଛନ୍ତି କି ନିଜ ଜୀବନକୁ ବାଜିରେ ମଧ୍ୟ ଲଗାଇ ଦେଇଛନ୍ତି । ଭାରତ ହାରିବା ଦୁଃଖରେ ଏତେ ମ୍ରିୟମାଣ ହୋଇଛନ୍ତି ଯେ ମରିବାକୁ ମଧ୍ୟ ପଛାଇ ନାହାଁନ୍ତି ।
ଭାରତ ହାରିବା ଦୁଃଖ ସାରା ବିଶ୍ୱବାସୀଙ୍କୁ ବାଧିଛି । ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ନୂଆଗାଁ ପଞ୍ଚାୟତର ସିଙ୍ଗଭାଡି ଗାଁର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ଭଗବାନଙ୍କ ଦୟାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି ।
ଗତକାଲି ଭାରତୀୟ କ୍ରିକେଟରଙ୍କ ଠାରୁ ଯାହା ଆଶା କରାଯାଇନଥିଲା ସେହିଭଳି ପ୍ରଦର୍ଶନ କରିଥିଲେ । ପ୍ରଥମ ୪ ୱିକେଟ ହରାଇବା ପରେ ସମ୍ପୂର୍ଣ୍ଣ ଭାବରେ ଆଶା ମଉଳି ଯାଇଥିଲା । ତେବେ ପରେ ଜାଡେଜା ବଡ ବଡ ସଟ ମାରି ଖେଳକୁ ଭାରତ ହାତକୁ ଆଣିଥିଲେ । କିନ୍ତୁ ସେ ଆଉଟ ହେବା ପରେ ଧୋନୀ ସେମିତି କିଛି ବଡ ସଟ ମାରିପାରିନଥିଲେ ।