ଲଣ୍ଡନ (ଏଟିଆର ବ୍ୟୁରୋ); ଗତକାଲି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମୁକାବିଲା ହୋଇଥିଲେ । ତେବେ ମ୍ୟାଚ ସମୟରେ ଏକ ଦୃଶ୍ୟ ନଜରକୁ ଆସିଥିଲା । କଙ୍ଗାରୁ ସ୍ପିନର ଆଡାମ ଜାମ୍ପା ମ୍ୟାଚ ଗତକାଲି ମ୍ୟାଚରେ ବଲ ଟ୍ୟାମ୍ପରିଂ କରିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏହାକୁ ଆନୁଷ୍ଠାନିକ ଭାବରେ ତଦନ୍ତ କରାଯାଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି ।
ଗତକାଲି ମ୍ୟାଚରେ ଜାମ୍ପା ବୋଲିଂ କରୁଥିବା ବେଳେ ବାରମ୍ବାର ପକେଟରେ ହାତ ପୁରଉଥିଲେ । ପ୍ରତି ବଲ ଫୋପାଡିବା ପୂର୍ବରୁ ପକେଟରେ ହାତ ପୁରାଉଥିଲେ । ଏଣୁ କ୍ରିକେଟ ପ୍ରେମୀମାନେ ସୋସିଆଲ ମିଡିଆରେ କମେଣ୍ଟ ଦେଉଛନ୍ତି କି ଜାମ୍ପା ଟ୍ୟାମ୍ପରିଂ କରିଛନ୍ତି । ଗତକାଲି ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲା । ଯାହାକି କଙ୍ଗାରୁ ଦଳର ଚିନ୍ତା ବଢ଼ାଇ ଦେଇଥିଲା । ଏଣୁ ସେ ଟ୍ୟାମ୍ପରିଂ ପାଇଁ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ,ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳିଙ୍କ ନାମରେ ବଲ ଟ୍ୟାମ୍ପରିଂ ମାମଲା ରହିଛି । ସାଉଥ ଆଫ୍ରିକା ବିପକ୍ଷରେ ଏହି ବଲ ଟ୍ୟାମ୍ପରିଂରେ ଦୁଇ ଭରଷା ଯୋଗ୍ୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଏବଂ ସ୍ମିଥ ବର୍ଷେ ପାଇଁ ବାସନ୍ଦ ହୋଇଥିଲେ । ବିଶ୍ୱକପ ପୂର୍ବରୁ ଏମାନଙ୍କ ଦଣ୍ଡାଦେଶ ସରିଯାଇଥିଲା । ଏଣୁ ଉଭୟ ପୁଣିଥରେ ଦଳକୁ ଫେରିଛନ୍ତି ।