ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ସୁପର ସଣ୍ଡେରେ ଧମାକାଦାର ମ୍ୟାଚ । ଫଟାଫଟ କ୍ରିକେଟରେ ଭେଟାଭେଟି ହେବାକୁ ଯାୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ କଡା ଟକ୍କର ଦେବା ପାଇଁ ଫୁଲ ଦମରେ ରହିଛି ଭାରତ । ସେପଟେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ବାହିନୀକୁ ଭାରତ ପରାସ୍ତ କରିଥିଲା । ଏଣୁ ଭାରକୁ ଘରୋଇ ମାଟିରେ ଧୂଳି ଚଟାଇ ପ୍ରତିଶୋଧ ନେବା ଲକ୍ଷଙ୍କର ମଇଦାନକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ଆଜିର ମ୍ୟାଚଟି ଫୁଲ ସଘଂର୍ଷପୂର୍ଣ୍ଣ ହେବ ବୋଲି ଦର୍ଶକମାନେ ଆଶା କରିଛନ୍ତି । କାରଣ ଉଭୟ ଦଳରେ ବହୁ ପ୍ରତିଭାବନ ଯୁବ ଖେଳାଳି ଏବଂ ଅଭିଜ୍ଞ ଖେଳାଳି ରହିଛନ୍ତି ।ଆଜିର ମ୍ୟାଚଟି ସଂନ୍ଧ୍ୟା ୭ଟାରୁ ଆରମ୍ଭ ହେବ ।
ମାତ୍ର ୪ ମାସ ଭିତରେ ବିଶ୍ବ କ୍ରିକେଟ୍ର ଏହି ଦୁଇ ଶକ୍ତିଶାଳୀ ଦେଶ ପରସ୍ପରକୁ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି। କଙ୍ଗାରୁ ଦଳ ଚଳିତ ଭାରତ ଗସ୍ତରେ ଦୁଇଟି ଟ୍ବେଣ୍ଟି-୨୦ ଏବଂ ପାଞ୍ଚଟି ଦିନିକିଆ ଖେଳିବ। ରବିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ବିଶାଖାପାଟଣାର ୱାଇ ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯିବ। ଅନ୍ୟପକ୍ଷରେ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦଠାରେ ମାର୍ଚ ୨ ତାରିଖରୁ ଆରମ୍ଭ ହେବ। ଘରୋଇ ପରିବେଶରେ ଭାରତଠାରୁ ଉଭୟ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳା ହାରିଥିବା ଅଷ୍ଟ୍ରେଲିଆ ପାଇଁ ଏହି ପାଲଟା ଗସ୍ତ ପ୍ରତିଶୋଧ ନେବାର ସୁଯୋଗ ପ୍ରଦାନ କରିବ। ଅନ୍ୟପକ୍ଷରେ ଇଂଲଣ୍ଡରେ ମେ’ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ଅନ୍ତର୍ଜାତୀୟ ଶୃଙ୍ଖଳା ହେବ। ଭାରତୀୟ ଖେଳାଳି ଏହା ପରେ ଆଇପିଏଲରେ ବ୍ୟସ୍ତ ହୋଇଯିବେ। ସେପଟେ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଅନ୍ୟତମ ଏସୀୟ ଶକ୍ତି ପାକିସ୍ତାନ ବିପକ୍ଷରେ ଆଉ ଏକ ଶୃଙ୍ଖଳା ଖେଳିବ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କ୍ରୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶ୍ପ୍ରୀତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, ପ୍ୟାଟ୍ କମିନ୍ସ, ଆଲେକ୍ସ କ୍ୟାରି, ଜାସନ ବେହେରନଡ୍ରଫ୍, ନାଥନ କୁଲଟର ନାଇଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଉସମାନ ଖୱାଜା, ନାଥନ ଲାୟନ, ଗ୍ଲେନ୍ ମ୍ୟାକ୍ସୱେଲ୍, ଝେ ରିଚାର୍ଡସନ୍, କାନେ ରିଚାର୍ଡସନ୍, ମାର୍କସ ଷ୍ଟୋଇନିସ୍, ଆଷ୍ଟନ୍ ଟର୍ନର, ଆଦାମ ଜାମ୍ପା।