ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ହମଲା ପରଠାରୁ ପାକିସ୍ତାନ ଉପରେ ଦେଶବାସୀଙ୍କ ରାଗ ବଢ଼ିବାରେ ଲାଗିଛି । ପାକିସ୍ତାନୁ ସମ୍ପୂର୍ଣ୍ଣ ଭାବରେ ଲୋପ କରି ଦେଶବାସୀ ମଧ୍ୟ ଆହ୍ୱାନ ଦେୁଥିବା ଦେଖିବାକୁ ମିଳୁଛି । ତେବେ ମଙ୍ଗଳ ଭୋର ସମୟରେ ଭାରତ ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ବୋମା ବର୍ଷଣ କରିଥିଲା । ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ ହୋଇଥିବା ଭାରତୀୟ ବାୟୂ ସେନା ପକ୍ଷରୁ ସୂଚନା ଦିଆ ଯାଇଛି । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଛି । କିନ୍ତୁ ପାକିସ୍ତାନ ଗାଲୁଆମୀ କରି ଏହାକୁ ସ୍ୱୀକାର କରିନାହିଁ ।
ଚୋର ମୁହଁ ଟାଣ ହେଲା ଭଳି ପାକିସ୍ତାନ ଏଭଳି ଘଟଣାକୁ ସ୍ୱୀକାର ନକରିଥିବାରୁ ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହୋଇଛି । ତେବେ ପାକିସ୍ତାନର ଗାଲୁଆମୀକୁ ନେଇ ଭାରତୀୟ କ୍ରିକେଟଟ ଦଳର ଦୁଇ ପ୍ରମୂଖ ଓପନର ବିରେନ୍ଦ୍ର ସେହ୍ୱାଗ ଏବଂ ଗୌତମ ଗମ୍ଭୀର କଡା ଭାଷାରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଉଭୟ ନିଜର ଟ୍ୱିଟ ମାଧ୍ୟମରେ କଡା ଭାଷାରେ ସମାଲୋଚନା କରିଛନ୍ତି ପାକିସ୍ତାନକୁ ଏବଂ ବାୟୂସେନାର ଏହି ସଫଳତା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବିରେନ୍ଦ୍ର ସେହୱାଗ କହିଛନ୍ତି, “ସେନା ବାସ୍ତବରେ ବହୁତ ଭଲ ପ୍ରଦର୍ଶନ କରିଛି, ସୁଧୁରି ଯାଅ ନହେଲେ ସୁଧାରି ଦେବୁ, ଏୟାର ଷ୍ଟ୍ରାଇକ୍।”
ସେପଟେ ବିରେନ୍ଦ୍ରଙ୍କ ସାଥୀ ତଥା ଭରତୀୟ ଟିମର ଓପନର୍ ଗୌତମ ଗମ୍ଭୀର ଟୁଇଟ୍ କରି କହିଛନ୍ତି, “ଜୟ ହିନ୍ଦ , ଭାରତର ଏୟାର ଷ୍ଟାଇକ୍, ପୁଣିଥରେ ଏୟାର ଷ୍ଟାଇକ୍।”