ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ୨୦୧୯ ବିଶ୍ୱକପରେ ଧୋନୀଙ୍କୁ ଦେଖିବାକୁ ମିଳିବ ତ ? ଏବେ ଏ ନେଇ ଧୋନିଙ୍କ ଫ୍ୟାନସ ମାନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଭିନ୍ନ ଫର୍ମାଟରେ ଖେଳିବାକୁ ଯାଉଥିବାବେଳେ ଧୋନିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ । ଧୋନି ଗତକିଛି ଦିନ ହେବ ଫର୍ମରେ ନ ଥିବାରୁ ତାଙ୍କ ଅବସର ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଏହା ଭିତରେ ଧୋନି ୨୦୧୯ ବିଶ୍ୱକପ ଖେଳିବେ କି ନାହିଁ ସେ ନେଇ ତାଙ୍କ ଫ୍ୟାନସ ମାନଙ୍କୁ ଦ୍ୱନ୍ଦରେ ପକାଇଛି ।
ତେବେ ୨୦୧୯ ବିଶ୍ୱକପରେ ଧୋନି ଖେଳିବେ ବୋଲି ସ୍ପଷ୍ଟ ହୋଇଛି । ଏପରି କହିଛନ୍ତି ଧୋନୀଙ୍କ ବନ୍ଧୁ ତଥା ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଧୋନିଙ୍କ ମ୍ୟାନେଜର ଏପରି ସୂଚନା ଦେଇଛନ୍ତି । ଆଗାମୀ ୨୦୧୯ ବିଶ୍ୱକପରେ ଧୋନି ଖେଳିବା ନିଶ୍ଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଧୋନି ଅଧିନାୟକ ପଦ ଛାଡିବା ପୂର୍ବରୁ ତାଙ୍କର ଏକମାତ୍ର ସ୍ୱପ୍ନଥିଲା ଆଗାମୀ ୨୦୧୯ ବିଶ୍ୱକପ ଖେଳିବା । ବିରାଟ କୋହଲିଙ୍କୁ ଅଧିନାୟକ ଦ୍ୱାୟୀତ୍ୱ ଦେଇ ଖୋଦ ଧୋନି ଟିମର ମେଣ୍ଟର ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ସେ ଆଗାମୀ ବିଶ୍ୱକପ ପୂର୍ବରୁ ଅବସର ନେବାର କୌଣସି ପ୍ରଶ୍ନ ଉଠୁନଥିବାର ଅରୁଣ ସୂଚନା ଦେଇଛନ୍ତି ।
ଧୋନି ଦଳରେ ରହି ଅଧିନାୟକ କୋହଲିଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛନ୍ତି । ବିରାଟ କୋହଲି ମଧ୍ୟ ଟିମଲୁ ଭଲ ଭାବେ ପରିଚାଳନା କରିପାରିବେ ବୋଲି ସେ ଆଶା ରଖିଥିବା କଥା ଅରୁଣ କହିଛନ୍ତି । ତେବେ ଧୋନିଙ୍କ ସ୍ୱପ୍ନ ୨୦୧୯ ବିଶ୍ୱକପ ଖେଳିନେଇ ଥିବା ବେଳେ ସେ ଆଗାମୀ ବିଶ୍ୱକପ ନିଶ୍ଚୟ ଖେଳିବେ ବୋଲି ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ କହିଛନ୍ତି ।