ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଏସିଆ କପ ୨୦୨୩ର ସୁପର -୪ ପର୍ୟ୍ୟାୟ ମ୍ୟାଚ୍ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ସେଥିରୁ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର- ୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୁପର-୪ ର ପ୍ରଥମ ମ୍ୟାଚ୍ ଆଜି ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।
ସୂଚନାଯୋଗ୍ୟ, ସୁପର- ୪ ପର୍ୟ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ । ଏହା ପରେ ପଏଣ୍ଟ ଟେବୁଲରେ ଟପ୍-୨ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୦ ରେ ସୁପର -୪ ପର୍ୟ୍ୟାୟରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନର ଦଳ ।
ସୁପର- ୪ର ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ଏବଂ ସ୍ଥାନ ଜାଣନ୍ତୁ ..
୬ ସେପ୍ଟେମ୍ବର- ପାକିସ୍ତାନ ବନାମ ବାଂଲାଦେଶ- ଲାହୋର ।
୯ ସେପ୍ଟେମ୍ବର – ଶ୍ରୀଲଙ୍କା ବନାମ ବାଂଲାଦେଶ – କଲମ୍ବୋ ।
୧୦ ସେପ୍ଟେମ୍ବର- ପାକିସ୍ତାନ ବନାମ ଭାରତ- କଲମ୍ବୋ ।
୧୨ ସେପ୍ଟେମ୍ବର- ଭାରତ ବନାମ ଶ୍ରୀଲଙ୍କା- କଲମ୍ବୋ ।
୧୪ ସେପ୍ଟେମ୍ବର- ପାକିସ୍ତାନ ବନାମ ଶ୍ରୀଲଙ୍କା- କଲମ୍ବୋ ।
୧୫ ସେପ୍ଟେମ୍ବର- ଭାରତ ବନାମ ବାଂଲାଦେଶ- କଲମ୍ବୋ ।
୧୭ ସେପ୍ଟେମ୍ବର- ଫାଇନାଲ୍- କଲମ୍ବୋ ।