ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରୀଡା ଜଗତ ପାଇଁ ଦୁଃଖଦ ଖବର । ପୂର୍ବତନ ବକ୍ସର ନଙ୍ଗଗୋମ ଡିଙ୍କୋ ସିଂ ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ଲିଭର କ୍ୟାନ୍ସରରେ ପୀଡିତ ଥିଲେ ଡିଙ୍କୋ । ଏହାପରେ ସେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତାଙ୍କ ବିୟୋଗରେ ଏବେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୯୮ ମସିହାରେ ଏସୀୟ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଡିଙ୍କୋ । ତାଙ୍କ ବିୟୋଗରେ କ୍ରୀଡା ମନ୍ତ୍ରୀ କୀରନ ରିଜୁଜ କହିଛନ୍ତି କି, ଡିଙ୍କୋ ସିଂଙ୍କ ଦେହାନ୍ତରେ ମୁଁ ଦୁଃଖୀତ । ଭାରତର ସର୍ବଶ୍ରେଷ୍ଠ ବକ୍ସରଙ୍କ ମଧ୍ୟରୁ ସେ ଥିଲେ ଜଣେ । ୧୯୯୮ ମସିହାରେ ବ୍ୟାଙ୍କକ ଏସୀୟ କ୍ରୀଡାରେ ଡିଙ୍କୋଙ୍କ ସ୍ୱର୍ଣ୍ଣ ପଦକ ଭାରତର ବକ୍ସିଂକୁ ବହୁ ଲୋକପ୍ରିୟତା ଦେଇଥିଲା । ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ।