ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଭିନ୍ନ ଦୌଡ ପ୍ରତିଯୋଗୀତାରେ କିଛି ଦିନ ହେବ ଭାରତୀୟ ଆଥଲେଟିକ୍ ହିମା ଦାସ ଲଗାତର ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟସଭାରେ ହିମାଙ୍କୁ ଶୁଭେଚ୍ଛା ଦିଆଯାଇଛି ।
ଉଚ୍ଚ ସଦନର ବୈଠକ ଆରମ୍ଭ ହେବା ପରେ କ୍ରୀଡାରେ ହିମା ଦାସଙ୍କ ଉପଲବ୍ଧକୁ ମନେପକାଇବା ସହିତ ଲଗାତର ଭାବେ ସ୍ୱର୍ଣ୍ଣ ପଦକ ଜିତିବାକୁ ନେଇ ସଭାପତି ଏମ ଭେଙ୍କେୟା ନାଇଡୁ ସଦନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସଭାପତି କହିଛନ୍ତି କି ପୋଲାଣ୍ଡରେ ଆୟୋଜିତ ୨୦୦ ମିଟର ଦୌଡା ପ୍ରତିଯୋଗୀତାରେ, ପୋଲଣ୍ଡାର କୁଣ୍ଟୋ ଆଥଲେଟିକ୍ସରେ,ଚେକ୍ ଗଣରାଜ୍ୟର କ୍ଲାଇନୋ ରେ ଏବଂ ଚେକ୍ ରିପବ୍ଲିକରେ ସ୍ୱର୍ଣ୍ଣ ଜିତିବା ପରେ ଦେଶ ପାଇଁ ଗୌରବ ଆଣିଛନ୍ତି ହିମା । ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର କଥା । ହିମାଙ୍କର ଏହି ଉପଲବ୍ଧି ସାରା ଦେଶର ଖେଳାଳୀଙ୍କ ପାଇଁ ପ୍ରେରଣାର ସ୍ରୋତ ।
ନାଇଡୁ ହିମାଙ୍କ ଭଲ ଭବିଷ୍ୟତର କାମନା କରି ଆଶା ଦେଇଛନ୍ତି କି ଆଗାମୀ ସମୟରେ ହିମା ଆହୁରୀ ପଦକ ଜିତିବେ ଦେଶକୁ ଗୌରବାନିତ କରିବେ ।