ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଆଜି ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । କଙ୍ଗାରୁ ବାହିନୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ୫ଟି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜରେ ଉଭୟ ଦଳ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଠା କରିବେ । ଟି-୨୦ ସିରିଜ ହାରିବା ପରେ ଦିନିକିଆ ସିରିଜ ଜିତି ପ୍ରତିଶୋଧ ନେବା ଲକ୍ଷରେ ମଇଦାନକୁ ଓହ୍ଲାଇବ ଘରୋଇ ଦଳ । ସେପଟେ ସିରିଜ ମୂଳପୋଛ କରିବା ଲକ୍ଷରେ ରହିଛି କଙ୍ଗାରୁବାହିନୀ । ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳକୁ ପରାସ୍ତ କରି ଇତିହାସ ରଚିଥିଲା । ଏଣୁ ଟି-୨୦ ସିରିଜ ଆରମ୍ଭରୁ ପ୍ରତିଶୋଧ ସ୍ୱରୁପ ଭାରତକୁ ହରାଇଛି କଙ୍ଗାରୁ ବାହିନୀ ।
ପ୍ରଥମ ଦିନିକିଆ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ରହିଛନ୍ତି । ଏହି ମ୍ୟାଚ ଜରିଆରେ ମହମଦ ସାମି ,କେଦାର ଯାଦବ ଏବଂ ଅମ୍ବାତି ରାୟୁଡୁ ପୁଣିଥରେ ଦଳକୁ ଫେରିଛନ୍ତି । ଟ୍ବେଣ୍ଟି-୨୦ରେ ଭାରତକୁ ଭାରତ ମାଟିରେ ହରାଇଥିବାରୁ କଙ୍ଗାରୁ ଖେଳାଳିଙ୍କ ମନୋବଳ ମଧ୍ୟ ଢେର ଉଚ୍ଚରେ ଥିବ। ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟର ମୁଖ୍ୟ ନାୟକ ଗ୍ଲେନ୍ ମ୍ୟାକ୍ସୱେଲ୍ ଦିନିକିଆ ଶୃଙ୍ଖଳାରେ ମଧ୍ୟ ନିଶ୍ଚିତ ଭାବେ ଭାରତୀୟ ବୋଲରଙ୍କ ମୁଣ୍ଡବ୍ୟଥାର କାରଣ ହେବେ।ଏଣୁ ଭାରତୀୟ ବୋଲରଙ୍କ ମୁଖ୍ୟ ଲକ୍ଷ୍ୟ ରହିବେ ମ୍ୟାକ୍ସୱେଲ ।
ଭାରତୀୟ ଦଳ : ରେହିତ ଶର୍ମା,ଶିଖର ଧାୱନ,ବିରାଟ କୋହଲି,ଅମ୍ବାତି ରାୟୁଡୁ,ଧୋନି,କେଦାର ଯାଦବ,ବିଜୟ ଶଙ୍କର,ହାଡେଜା,କୁଳଦ୍ୱୀପ ଯାଦବ,ମହମଦ ସାମି,ଜଶପ୍ରିତ ବୁମରା ।