ସିଡନୀ (ଏଟିଆର ବ୍ୟୁରୋ); ୧୯୮୬ ମସିହାର ପୁରୁଣା ପୋଷାକ ପିଦ୍ଧିବ କଙ୍ଗାରୁ ବାହିନୀ । ଏଭଳି ସୂଚନା ଦେଇଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ବିଶ୍ୱାସ ନ ହେଲେ ବି କଥାଟି ସତ । ଆସନ୍ତା ଶନିବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରେ ଘରୋଇ ଅଷ୍ଟ୍ରେଲିଆ ଟିମ ୧୯୮୬ ମସିହାରେ ଆଲାନ ବର୍ଡରଙ୍କ ନେତୃତ୍ୱରେ ପିନ୍ଧୁଥିବା ପୋଷାକ ତିନୋଟି ଯାକ ଦିନିକିଆରେ ପିଦ୍ଧିବେ ।
ସୁନେଲୀ ଏବଂ ସବୁଜ ରଙ୍ଗର ପୋଷାକରେ ପଡିଆକୁ ଓହ୍ଲାଇବ କଙ୍ଗରୁ ବାହିନୀ । ଯାହାକୁ ନେଇ ଦଳରେ ବହୁତ ଖୁସି ଦେଖିବାକୁ ମିଳିଛି । କାରଣ ସେହି ସମୟରେ ଟିଭିରେ ବସି ଖେଳ ଦେଖୁଥିଲେ ଏବେ ଟିମରେ ଜାଗା ପାଇଥିବା ବହୁ ଖେଳାଳି । ଏଣୁ ସେ ପୁରୁଣା ପୋଷାକ ପିନ୍ଧିବା ଭାଗ୍ୟ ବୋଲି କହିଛନ୍ତି କଙ୍ଗାରୁ ୁଦଳର ଖେଳାଳି । ଏବେ ଦଳରେ ସ୍ଥାନ ପାଇଥିବା ପିଟର ସିଡଲି ଏହି ପୋଷାକ ପିନ୍ଧିବା ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସୂଚନା ଦେବା ପରେ ସବୁଠାରୁ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । କାରଣ ଏହି ଡ୍ରେସ ପିନ୍ଧି ଖେଳୁଥିବା ଦଳ ସେ ମାତ୍ର ବର୍ଷକର ହୋଇଥିଲେ । ଦୀର୍ଘ ୩୨ ବର୍ଷ ପରେ ସେହି ଡ୍ରେସ ପିନ୍ଧିବାକୁ ମିଳିବ ।