ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା କଙ୍ଗାରୁ ବାହିନୀ । ଭାରତଠାରୁ ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଭାରତ କଙ୍ଗାରୁ ବାହିନୀକୁ ହରାଇଥିଲା । ଯାହାର ପ୍ରତିଶୋଧ ସ୍ୱରୂପ ଅଷ୍ଟ୍ରେଲିଆ ଭାରତକୁ ଆସି ଘରୋଇ ଦଳକୁ ପରାସ୍ତ କରିଛି । ବେଙ୍ଗାଲୁରୁରେ ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତ ଦେଇଥିବା ୧୯୧ ରନ୍ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ୧୯.୪ ଓଭରରେ ହାସଲ କରି ନେଇଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ୧୫ ପରେ ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ ୧୯୧ ରନ୍ର ବିଜୟ ଲକ୍ଷ୍ୟ କଷ୍ଟକର ମନେ ହେଉଥିଲେ ମଧ୍ୟ ମ୍ୟାକ୍ସୱେଲ (୧୧୩ଞ୍ଚ ରନ୍, ୫୫ ବଲ୍, ୭ ଚୌକା, ୯ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଏହାକୁ ଏକପ୍ରକାର ସହଜରେ ହାସଲ କରି ନେଇଥିଲା।
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୯୦ ରନ କରିଥିଲା । ଧୋନି,ରାହୁଲ ଏବଂ କୋହଲିଙ୍କ ବଡ ସଟ ପାଇଁ ବିଶାଳ ସ୍କୋର କରିଥିଲା ଭାରତ । ଦଳ ପକ୍ଷରୁ ବିରାଟ କୋହଲି ୭୨ ରନ କରିଥିବା ବେଳେ ରାହୁଲ ୪୭ ଏବଂ ଧୋନି ୪୦ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ଭଲ ସ୍କୋର କରିଥିଲା ଏଣୁ ଭାରତ ବିଜୟ ହେବ ବୋଲି ଆଶା ରଖିଥିଲେ କ୍ରିକେଟ ପ୍ରେମୀ । ମାତ୍ର ମ୍ୟାକ୍ସୱେଲଙ୍କ ଧୂଆଁଦାର ବ୍ୟାଟିଂ ଆଗରେ ହାର ମାନିଥିଲା ଭାରତୀୟ ଦଳ । ମ୍ୟାକ୍ସୱେଲ ପ୍ଳେୟାର ଅଫ ଦି ମ୍ୟାଚ ଏବଂ ପ୍ଳେୟାର ଅଫ ଦି ସିରିଜ ହୋଇଥିଲେ ।