ସିଡନୀ (ଏଟିଆର ବ୍ୟୁରୋ); ଶେଷ ହୋଇଛି ଦ୍ୱିତୀୟ ଦିନର ଖେଳ । ଭାରତଠାରୁ ୫୯୮ ରନ ପଛରେ ଘରୋଇ ଅଷ୍ଟ୍ରେଲିଆ ଟିମ । ଦଳ ମାତ୍ର ୨୪ ରନ କରି କୈାଣସି ୱିକେଟ ବିନିମୟ ନକରି ଖେଳ ଜାରି ରଖିଛି । ଦଳ ପକ୍ଷରୁ ହାରିସ ଏବଂ ଖାୱାଜା ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପଡିଆରେ ମହଜୁଦ ଅଛନ୍ତି । ହାରିସ ବ୍ୟକ୍ତିଗତ ୧୯ ରନ କରିଥିବା ବେଳେ ଖାୱାଜା ୫ ରନ କରିବାରେ ସଫଳ ହୋଇଛନ୍ତି ।
ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଭ୍ରମଣକାରୀ ଦଳ ୬୨୨ରେ ୭ଟି ୱିକେଟ ହରାଇ ପାଳି ଘୋଷଣା କରିଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ କଙ୍ଗାରୁ ବାହିନୀ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨୪ କରିବାରେ ସକ୍ଷମ ହୋଇଛି । ଭାରତୀୟ ଦଳ ପକ୍ଷରୁ ପୂଜାରା ସର୍ବାଧିକ ୧୯୩ କରିଥିବା ବେଳେ ଯୁବ ଖେଳାଳି ପନ୍ଥ ୧୫୯ ରନ କରି ଅପରାଜିତ ରହିଥିଲେ । ତେବେ ଏହି ବିଶାଳ ସ୍କୋରରେ ମୟଙ୍କ ଅଗ୍ରୱାଲଙ୍କ ୭୭ ଏବଂ ଜାଡେଜାଙ୍କ ୮୧ ଅର୍ଦ୍ଧକ୍ରୀୟ ପାଳି ରହିଛି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିୟନ ୪ଟି ୱିକେଟ ନେଇଛନ୍ତିି ।