ନଟିଂହାମ (ଏଟିଆର ବ୍ୟୁରୋ); ବିଶ୍ୱକପ ପଏଣ୍ଟ ଟେବୁଲରେ ଏକ ନନମ୍ବର ସ୍ଥାନକୁ ଉଠିଛି ଅଷ୍ଟ୍ରେଲିଆ । ଗତକାଲି ବାଲାଂଦେଶକୁ ହରାଇ ଥିଲା ଦଳ । ବାଲାଂଦେଶକୁ ୪୮ ରନରେ ପରାସ୍ତ କରିଛି ଶକ୍ତିଶାଳି ଅଷ୍ଟ୍ରେଲିଆ । ବିଶାଳ ସ୍କୋରକୁ ପିଛା କରିବାରେ ଅକ୍ଷମ ହୋଇଥିଲା ବାଲାଂଦେଶ । ତଥାପି ଅଷ୍ଟ୍ରେଲିଆ ଭଳି ଦେଶ ବିପକ୍ଷରେ ଶେଷରେ ବ୍ୟାଟିଂ କରି ୩୩୩ କରିଛି ଦଳ । ୱାର୍ଣ୍ଣରଙ୍କ ଦମଦାର ଶତକ ଦଳ ବିଜୟର ମୁଖ୍ୟ କାରଣ ।
ଅଷ୍ଟେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୮୧ ରନ କରିଥିଲା । ଡେଭିଡ୍ ୱାର୍ନର ଚଳିତ ବିଶ୍ବକପ୍ରେ ନିଜର ଦ୍ବିତୀୟ ଶତକ ସହିତ ଅଗ୍ରଣୀ ବ୍ୟାଟସମ୍ୟାନ ତାଲିକାର ପ୍ରଥମରେ ପହଞ୍ଚିଛନ୍ତି। ଟ୍ରେଣ୍ଟବ୍ରିଜ୍ରେ ଟସ୍ ଜିତିଥିବା ଅଷ୍ଟ୍ରେଲିଆା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ୍ ୱାର୍ନର ଏବଂ ଅରୋନ୍ ଫିଞ୍ଚ୍ ପ୍ରଥମ ୱିକେଟ୍ ପାଇଁ ୨୦.୫ ଓଭରରେ ୧୨୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଫିଞ୍ଚ୍ (୫୩, ୫୧ ବଲ, ୫ ଚୌକା, ୨ ଛକା)ଙ୍କୁ ସୌମ୍ୟ ସରକାର ଆଉଟ୍ କରି ଏମାନଙ୍କୁ ଅଲଗା କରିଥିଲେ।
୩୮୨ ରନ ପିଛା କରିବାକୁ ଯାଇ ବାଲାଂଦେଶ ୩୩୩ରେ ଅଟକିଥିଲା । ଏହି ବିଶାଳ ସ୍କୋର ପାଇଁ ସମସ୍ତଙ୍କ ମନ ଜିଣି ପାରିଛି ବାଲାଂଦେଶ । ଦଳର ୱିକେଟ କିପର ରହିମ ୧୦୨ ରନ କରିଥିଲେ । ଶେଷ ପର୍ଯ୍ୟନ୍ତ ଦଳ ପାଇଁ ଲଢ଼େଇ ଜାରି ରଖିଥିଲେ ।