ପର୍ଥ (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ପରାଜୟ ହୋଇଛି । କଙ୍ଗାରୁ ଦଳର ଆକ୍ରମଣାତ୍ମକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ବ୍ୟାଟ୍ସ ମ୍ୟାନ । ଦ୍ୱିତୀୟ ପାଳି କୈାଣସି ବି ଖେଳାଳି ଭଲ ପ୍ରଦର୍ଶନ କରିନାହାଁନ୍ତି । ଦଳ ପକ୍ଷରୁ ରାହାଣେ ଏବଂ ପନ୍ଥ ସର୍ବାଧିକ ୩୦ ରନ କରିଛନ୍ତି । ସେପଟେ ଷ୍ଟାର୍କ ଏବଂ ଲିୟନ ଅଷ୍ଟ୍ରେଲିଆ ପକ୍ଷରୁ ୩ଟି ଲେଖାଏଁ ୱିକେଟ ନେବା ପାଇଁ ସଫଳ ହୋଇଛନ୍ତି । ହାଜେଲହୁଡ ଏବଂ ଚୁମିନ୍ସ ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ବିଜୟ କରେଇଛନ୍ତି ।
ଘରୋଇ ଦଳ ଟସ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୨୬ କରିବା ପାଇଁ ସକ୍ଷମ ହୋଇଥିଲା । ସେପଟେ ଭାରତ ପ୍ରଥମ ପାଳିରେ ୨୮୩ କରିଥିଲା ଫଳରେ ଅଷ୍ଟ୍ରେଲିଆ ଠାରୁ ୪୩ ରନ ପଛରେ ରହିଥିଲା । ଏହା ପରେ କଙ୍ଗାରୁ ଦଳ ଦ୍ୱିତୀୟ ପାଳିରେ ୨୪୩ ରନ କରିଥିଲା । ତେବେ ଭାରତ ଆଗରେ ୨୮୬ର ବିଜୟ ଲକ୍ଷ ରହିଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୧୪୦ରେ ଆଣ୍ଠେଇଛି । ଶେଷରେ ଅଷ୍ଟ୍ରେଲିଆ ୧୪୬ ରନରେ ବିଜୟ ହୋଇଛି ।
୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆର ବିଜୟ ପରେ ୧-୧ରେ ଦୁଇ ଦଳ ରହିଛନ୍ତି । ତେବେ ଆଗାମି ଦୁଇଟି ମ୍ୟାଚ ବହୁତ ସଘଂର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।