ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଆଇପିଏଲର ୪୯ ନମ୍ବର ମ୍ୟାଚରେ ରାଜସ୍ଥାନକୁ ଭେଟିବ ବାଙ୍ଗାଲୋର । ରାଜସ୍ଥାନ ପାଇଁ ଆଜି ମ୍ୟାଚ ଟି ‘କର ବା ମର’ ରହିଛି । ଆଜି ମ୍ୟାଚ ବିଜୟ ହେଲେ ରାଜସ୍ଥାନ ପ୍ଳେଅଫର ଶେଷ ଆଶା ରହିବ । ଚଳିତ ବର୍ଷ ରାଜସ୍ଥାନ ୧୨ଟି ମ୍ୟାଚରୁ ୫ଟି ବିଜୟ ହୋଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେବେ ଦସ୍ୱବ ଦଳ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିଥିବା ବେଳେ ଆଉ ଦୁଇଟି ସ୍ଥାନ ବାକି ରହିଛି । ତେବେ ଏହି ଦୁଇଟି ସ୍ଥାନ ପାଇଁ ୫ଟି ଦଳ ସଘର୍ଷ କରୁଛନ୍ତି ।
ବାଙ୍ଗାଲୋର ପ୍ଳେଅଫ ରେସରୁ କଟିଯାଇଛି । ତେବେ ଦଳ ଘରୋଇ ପରିବେଶରେ ଆଜି ଖେଳିବା ପାଇଁ ଯାଉଛି । ଏଣୁ ସମ୍ମାନ ରକ୍ଷା କରିବା ପାଇଁ ବିଜୟ ଆଶାରେ ରହିବ ଦଳ । ଚଳିତ ବର୍ଷ ବାଙ୍ଗାଲୋର ୧୨ଟି ମ୍ୟାଚରୁ ମାତ୍ର ୪ଟି ବିଜୟ ହୋଇଛି । ପ୍ରଥମ ୬ଟି ମ୍ୟାଚରୁ ଲଗାତାର ପରାଜୟ ଦଳ ପାଇଁ ଅଡୁଆ ହୋଇଥିଲା । ଶେଷ ସମୟରେ ଯଦିଓ ଦଳ ବିଜୟ ହୋଇଛି ତେବେ ପ୍ଳେଅଫର ଆଶା ମଉଳି ଯାଇଛି ।
ବାଙ୍ଗାଲୋର ଅଧିନାୟକ କୋହଲି ଏବଂ ଡିଭିଲିୟର୍ସଙ୍କ ଉପରେ ବାଙ୍ଗାଲୋର ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଏବେ ଦମଦାର ଫର୍ମରେ ରହିଛନ୍ତି । ତେବେ ଆଜି ରାଜସ୍ଥାନ ଏହି ତିନିଜଣ ବ୍ୟାଟ୍ସମ୍ୟାନଙ୍କ ଉପରେ ଭରଷା ରଖିବ । ଅପରପକ୍ଷରେ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ରାଜସ୍ଥାନ ଜୋଫ୍ରା ଆଚରଙ୍କୁ ବ୍ୟବହାର କରିବ । ଚଳିତ ବର୍ଷ ଆରମ୍ଭରୁ ସେ ଭଲ ସ୍ପେଲରେ ବୋଲିଂ ଜାରି ରଖିଛନ୍ତି । ବ୍ୟାଟିଂରେ ରାହଣେ ଏବଂ ସଞ୍ଜୁଙ୍କ ନିର୍ଭର କରିବ ଦଳ ।