କୋଲକାତା (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣରେ ୩୫ ତମ ମ୍ୟାଚରେ ରସେଲଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତେ୍ୱ କୋଲକାତା ବାଙ୍ଗାଲୋରଠାରୁ ୧୦ ରନରେ ପରାସ୍ତ ହୋଇଛି । ଏହି ବିଜୟ ପରେ ବାଙ୍ଗାଲୋର ଚଳିତ ବର୍ଷ ଦ୍ୱିତୀୟ ବିଜୟ ହାସଲ କରିଛି । ଲଗାତାର ପରାଜୟ ବରଣ କରୁଥିବା ବିରାଟ ବାହିନୀ ବିଜୟ ହେବା ପରେ ଦଳର ମନୋବଳ ବୃଦ୍ଧି ହୋଇ ଯାଇଛି । ଗତକାଲି ଇଡେନରେ ଖେଳାଯାଇଥିବା ମ୍ୟାଚରେ ଡେନ ଷ୍ଟେନ ବାଙ୍ଗାଲୋର ବୋଲିଂ ଭାର ସମ୍ଭାଳି ଦଳକୁ ମଜବୁତ କରିଥିଲେ ।
କୋଲକତା ୨୧୪ ରନ୍ର ବିରାଟ ଲକ୍ଷ୍ୟକୁ ପୁରା କରିବା ପାଇଁ ଜୋରଦାର ପ୍ରୟାଶ କରିଥିଲା ରସେଲ ୨୮ ବଲ୍ରେ ଦମ୍ଦାର ୬୫ ଓ ନିତିସ ରାଣାଙ୍କ ୪୬ ବଲ୍ରେ ୮୫ ରନ୍ କରିଥିଲେ କିନ୍ତୁ ମ୍ୟାଚ୍କୁ ଜିତି ପାରିନଥିଲା । ଫଳରେ କୋଲକାତା ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୩ ରନ୍ କରିଛି । ବେଙ୍ଗାଲୁରୁ ପକ୍ଷରୁ ଚଳିତ ଆଇପିଏଲ୍ରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଡେଲ୍ ଷ୍ଟେନ୍ ୨ ଟି ଓ୍ଵିକେଟ ନେଇଥିବା ବେଳେ ନଭଦିପ୍ ସାନି ଓ ଷ୍ଟୋନିସ୍ ୧-୧ ଓ୍ଵିକେଟ ନେଇଛନ୍ତି । ଏହା ବେଙ୍ଗାଲୁରୁର ଚଳିତ ଆଇପିଏଲ୍ରେ ଦ୍ୱିତୀୟ ବିଜୟ, ଅନ୍ୟପଟେ କୋଲକାତା ଚଳିତ ଆଇପିଏଲ୍ରେ ଲଗାତାର ୪ଟି ମ୍ୟାଚରେ ପରାଜୟ ବରଣ କରିଛି ।
କୋଲକତା ଦଳ ଟସ ଜିଣି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବେଙ୍ଗାଲୁରୁ ଇନିଂସର ପ୍ରମୁଖ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ମାତ୍ର ୫୮ ବଲରେ ୪ ଛକା ଓ ୯ ଚୌକା ସହ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କୁ ମୋଇନ ଅଲ୍ଲି ଉତ୍ତମ ସହଯୋଗ ଦେଇଥିଲେ । ସେ ୨୮ ବଲରେ ୬୬ ରନ କରିଥିଲେ । କୋଲକତା ତରଫରୁ ସୁନୀଲ ନାରିନ, ଆଣ୍ଡେ ରସେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।