କଟକ (ଏଟିଆର ବ୍ୟୁରୋ): ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷୀଣ ଆଫ୍ରିକା ଟି୨୦ ମ୍ୟାଚ । ଏନେଇ ଦୁଇ ଦଳର ଖେଳାଳୀମାନେ ଆସି ଭୁବନେଶ୍ୱରରେ ପହଁଚି ସାରିଲେଣୀ । ଆସନ୍ତାକାଲିଠୁ କମ୍ପିବ ବାରବାଟୀ ଷ୍ଟାଡିୟମ । ନେଟ୍ ପ୍ରାକ୍ଟିସ କରିବେ ଉଭୟ ଦଳର ଖେଳାଳୀ । ଗ୍ରାଉଣ୍ଡରେ ଖେଳାଳୀ ପହଁଚିବା ପୂର୍ବରୁ ଆଜି ସମସ୍ତ ପ୍ରସ୍ତୁତିର ରିହର୍ସଲ କରାଯାଇଛି ।
ସେପଟେ ପାଗ ମେଘୁଆ କରିଥିବାରୁ ଲଣ୍ଡନରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ପଡିଆ ଭିତରେ ଢାଙ୍କିବାରଳ ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ । ସେହିପରି ୨୪ ଘଣ୍ଟା ପୂର୍ବରୁ ସ୍ପାଇଡର କ୍ୟାମେରା ଇଂଷ୍ଟଲ କରିବା ପାଇଁ ସ୍ୱତନ୍ତ୍ର ଟିମ କାମ କରିବା ଆରମ୍ଭ କରି ଦେଇଛନ୍ତି ।