ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଓଡିଶା ଖେଳ ଜଗତ ପାଇଁ ଖୁସି ଆଣିଛନ୍ତି ଓଡିଆ ବ୍ୟାଟମିଣ୍ଟନ ଖେଳୁଥିବା ଝିଅ ଋତୁପର୍ଣ୍ଣା । ଗ୍ରୀସରେ ହୋଇଥିବା ହେଲାସ ଓପନ ଇଣ୍ଟର ନ୍ୟାସନାଲ ମହିଳା ଡବଲ ବ୍ୟାଟମିଣ୍ଟନରେ ସାଥୀ ସୁନିଲ ଆରତୀଙ୍କ ସାରାଙ୍କ ସହ ଭଲ ଖେଳ ପ୍ରଦର୍ଶନ କରି ଚାମ୍ପିୟନ ହେବାରେ ସଫଳ ହୋଇଛନ୍ତି । ଗତ କାଲି ଖେଳା ଯାଇଥିବା ଫାଇନାଲରେ ଉଭୟ ସାରା ଏବଂ ଋତୁପର୍ଣ୍ଣା ହାରିୟୂ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ୨୧-୧୯ ଓ ୨୧-୧୨ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି ଦୁଇ ଭାରତୀୟ ଖେଳାଳି ।
ତେବେ ଆନ୍ତର୍ଜାତୀୟ ସ୍ତରରେ ଏଭଳି ସଫଳତା ଋତୁପର୍ଣ୍ରାଙ୍କ ପାଇଁ ପ୍ରଥମ । କାରଣ ସେ ପୂର୍ବରୁ ଏଭଳି ସଫଳତା ପାଇନଥିଲେ । ଏଣୁ ସଫଳତା ପାଇଁ କେବଳ ଭାରତ ନୁହେଁ ଓଡିଶା ମଧ୍ୟ ଋତୁପର୍ଣ୍ଣଙ୍କ ପାଇଁ ଗର୍ବ ଅନୁଭବ କରୁଛି ।