ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ କ୍ରିକେଟର ତଥା ପୂର୍ବତନ ଭାରତୀୟ କ୍ରିକେଟର ଶିବ ସୁନ୍ଦର ଦାସଙ୍କୁ ମିଳିଲା ବଡ ଦାୟିିତ୍ୱ । ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ଭାବେ ତାଙ୍କୁ ନିଯୁକ୍ତି କରାଯାଇଛି । ବିସିସିଆଇ ପକ୍ଷରୁ ଶିବ ସୁନ୍ଦରଙ୍କୁ କୋଚ ଭାବେ ଚୟନ କରାଯାଇଛି ।
ଶିବ ସୁନ୍ଦରଙ୍କୁ ଏହି ପଦରେ ନିଯୁକ୍ତି କରାଯିବା ପରେ ତାଙ୍କ ନିକଟକୁ ଚାରିଆଡୁ ଅଭିନନ୍ଦନ ଆସୁଛି । ସହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଶିବ ସୁନ୍ଦରଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ଉତ୍ତମ ପ୍ରଦର୍ଶନ କରିବା ସହ ଦେଶ ପାଇଁ ସଫଳତା ଆଣିବ ବୋଲି ମୋର ଦୃଢ ବିଶ୍ୱାସ ।
ସେ ଭାରତୀୟ କ୍ରିକେଟ ଦଳ ପାଇଁ ୨୩ ଟି ଟେଷ୍ଟ ଏବଂ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ସେ ୧୩୨୬ ରନ କରିଥିଲେ । ସେଥି ମଧ୍ୟରୁ ୨ ଟି ଶତକ ଏବଂ ୯ ଟି ଅର୍ଦ୍ଧଶତକ ରହିଛି ।
ସେହିପରି ନ୍ୟାସନାଲ କ୍ରିକେଟ ଏକାଡେମୀରେ ବ୍ୟାଟିଂ କୋଚ ଭାବେ ୪ ରୁ ୫ ବର୍ଷ ଦାୟିତ୍ୱ ତୁଲାଇଛନ୍ତି ଶିବ ସୁନ୍ଦର ।