ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ କୁ ନେଇ ଇଶାରା କରିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଆୟୋଜନ ହୋଇପାରେ । କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି । କିନ୍ତ ଲକ୍ ଡାଉନ୍ ରେ ବି ଆଇପିଏଲ ଆୟୋଜନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ବୋର୍ଡ ।
ଏନେଇ ସୌରଭ ଗାଙ୍ଗୁଲି କହିଛନ୍ତି, ଆମେ ଆଇପିଏଲ କରିବା ପାଇଁ ପ୍ରସ୍ତୁତ ଏବଂ ଚଳିତବର୍ଷ ଟୁର୍ଣ୍ଟାମେଣ୍ଟ ଆୟୋଜନର ସମସ୍ତ ସମ୍ଭାବିତ ବିକଳ୍ପ ଉପରେ କାମ ଚାଲିଛି । ସେ ତେଣିକି ଖାଲି ଷ୍ଟାଡିୟମରେ ଖେଳ ହେଉ ପଛେ । ପ୍ରଶଂସକ, ଫ୍ରାଞ୍ଚାଇଜ୍, ଖେଳାଳୀ, ବ୍ରଡକାଷ୍ଟର, ପ୍ରୟୋଜକ ଏବଂ ଅନ୍ୟ ସମସ୍ତ ହିତଧାରକ ଚଳିତବର୍ଷ ଆଇପିଏଲ ପାଇଁ ଉତ୍ସାହିତ ଅଛନ୍ତି ।
ନିକଟରେ ଆଇପିଏଲରେ ଭାଗ ନେବାକୁ ଥିବା ଭାରତ ଏବଂ ଅନ୍ୟ ଦେଶର ଅନେକ ଖେଳାଳୀ ବି ଆଇପିଏଲ ର ସାମିଲ ହେବା ପାଇଁ ଆଗ୍ରହ ଦେଖାଇଛନ୍ତି । ଏନେଇ ବିସିସିଆଇ ବହୁତ ଶୀଘ୍ର ନିଷ୍ପତି ନେବ ବୋଲି ଆମେ ଆଶା କରୁଛୁ ।
ଅନ୍ୟପଟେ ଗ୍ଳେନ ମ୍ୟାକ୍ସବେଲ ଏବଂ ପ୍ୟାଟ କମିଂସ ସହିତ କିଛି ବିଦେଶୀ ଖେଳାଳୀ ବି ସାର୍ବଜନିକ ରୁପେ ଆଇପିଏଲ ପାଇଁ ନିଜର ସମର୍ଥନ ଦେଇଛନ୍ତି ।