ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ମଧ୍ୟରେ ବିବାଦ କମିବାର ନାଁ ଧରୁନି । ଟିଭି ସୋ’ ‘କଫି ୱିଥ୍ କରଣ’ରେ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ କିକେଟର୍ସଙ୍କୁ ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତି ବିସିସିଆଇର ଲୋକପାଳ ଡିକେ ଜେନ୍ ନୋଟିସ୍ ପଠାଇଛନ୍ତି । ଏହାପୂର୍ବରୁ ଦୁଇ ଖେଳାଳିଙ୍କ ତଦନ୍ତ ହେବା ଯାଏଁ ସିଓଏ ପକ୍ଷରୁ ତାଙ୍କୁ ଖେଳରୁ ନିଲମ୍ବିତ କରି ଦିଆଯାଇଥିଲା । ମାତ୍ର ଏହି ବ୍ୟାନ୍ କୁ ପରେ ହଟାଇ ଦିଆଯାଇଥିଲା ।
ରାହୁଲ ଏବଂ ପାଣ୍ଡ୍ୟାଙ୍କୁ ନୋଟିସ୍ ପଠାଇବା କଥା ବିଷୟରେ ଖୋଦ ନବନିଯୁକ୍ତି ଲୋକପାଳ ଡିକେ ଜେନ୍ ସୂଚନା ଦେଇଛନ୍ତି । ଜେନ୍ କହିଛନ୍ତି କି, ‘ପାଣ୍ଡ୍ୟା ଏବଂ ରାହୁଲଙ୍କୁ ନିଜର ପକ୍ଷ ରଖିବା ପାଇଁ ଏହି ନୋଟିସ୍ ଦିଆଯାଇଛି ।’ ଦୁଇ ଖେଳାଳି ଏବେ ଭାରତୀୟ ପ୍ରିମିୟମ ଲିଗ୍ ରେ ସାମିଲ ଅଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୋ ପାଇଁ ଦୁଇ ଖେଳାଳିଙ୍କ ପକ୍ଷ ଜାଣିବା ନିହାତି ଜରୁରୀ । ସେମାନେ କେବେ ଆସି ତାଙ୍କର ପକ୍ଷ ରଖୁଛନ୍ତି ତାହା ସେମାନଙ୍କ ଉପରେ ନିର୍ଭର ।
ମୁମ୍ବାଇରେ ଅପ୍ରିଲ ୧୧ରେ ହେବାକୁ ଥିବା ମୁକାବିଲା ପୂର୍ବରୁ ଦୁହେଁ ଖେଳାଳୀ ଲୋକପାଳ ସାମ୍ନାରେ ହାଜିର ହୋଇପାରନ୍ତି । ଏହି ମାମଲାର ତଦନ୍ତ ତୁରନ୍ତ ଶେଷ ହେବା ପାଇଁ ଦୁହିଁଙ୍କୁ ନିଜ ନିଜର ପକ୍ଷ ରଖିବା ନିହାତି ଜରୁରୀ ।
ଖବରମୁତାବକ, ଜାନୁଆରୀ ମାସ ପ୍ରଥମ ସପ୍ତାହରେ କଫି ୱିଥ୍ କରଣଙ୍କ ଏହି ବିବାଦୀୟ ଏପିସୋଡ ଟେଲିକାଷ୍ଟ ହୋଇଥିଲା । ବିବାଦ ବଢିବା ପରେ ବିସିସିଆଇ ପକ୍ଷରୁ ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆରୁ ଡକାଯାଇଥିଲା । କିନ୍ତୁ ପରେ ତାଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା