ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଅବଶ୍ୟ ତାଙ୍କୁ କିଛି ଦିନ ପାଇଁ ଘରେ ଆରାମ କରିବାକୁ ହେବ । ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବାକୁ ହେବ ।
ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ସୌରଭଙ୍କର ଗୋଟେ ମାସରେ ଦୁଇ ଥର ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ଏବେ ଆପୋଲୋ ହସ୍ପିଟାଲର ଡକ୍ଟର ରାଣା ଦାସଗୁପ୍ତା କହିଛନ୍ତି କି, ଗାଙ୍ଗୁଲି ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ବୋଲି କହିଛନ୍ତି ।
ଏହାପୂର୍ବରୁ ଶନିବାର ଦିନ ସୌରଭଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଥିଲା କିନ୍ତୁ କୌଣସି କାରଣ ବସତଃ ଡିସଚାର୍ଜ କରାଯାଇନଥିଲା ।