ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟମ ଲିଗ୍ ଆଇପିଏଲ । ଅବଶ୍ୟ ଖେଳାଳୀ, ଫ୍ରାଞ୍ଚାଇଜ୍ ଷ୍ଟାଫ, ବୋର୍ଡକାଷ୍ଟର୍ସ ଏବଂ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଅନ୍ୟଲୋକଙ୍କ ମଧ୍ୟରେ ବୃଦ୍ଧି କରୋନା ମାମଲା ବିସିସିଆଇକୁ ଚିନ୍ତାରେ ପକାଇଛି ।
ଆଇପିଏଲ ଶେଷ ହେବା ପର୍ଯ୍ୟନ୍ତ ଆଇପିଏଲ ଟିମ୍, ସହଯୋଗୀ ଷ୍ଟାଫ ଏବଂ ଅନ୍ୟ ସେୟାରହୋଲ୍ଡର୍ସ ବାୟୋ-ବବଲରେ ରହିବେ । ଚଳିତବର୍ଷ ଖାଲି ଷ୍ଟାଡିୟମରେ ହେବ ମୁକାବିଲା । ଦର୍ଶକଙ୍କୁ ଷ୍ଟାଡିୟମକୁ ଅନୁମତି ନାହିଁ ।
କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବିସିସିଆଇ କିଛି ନୂତନ ଉପାୟ ଆପଣାଇବା ପାଇଁ ବାଧ୍ୟ ହୋଇଛି । ଏହି ନୂତନ ଉପାୟରେ ବିମାନମନ୍ଦରରେ ଅଲଗା ଚେକ୍-ଇନ୍ କାଉଣ୍ଟର ବ୍ୟତିତ, ଦୈନିକ କରୋନା ଟେଷ୍ଟ ଏବଂ ବାୟୋ ବବଲ ଇଂଟିଗ୍ରିଟି ମ୍ୟାନେଜର୍ସ ନିଯୁକ୍ତି ସାମିଲ ଅଛି ।
ଗୋଟେଦିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଭାରତର ପୂର୍ବତନ ୱିକେଟକିପର କିରନ ମୋରେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋରର ଖେଳାଳୀ ଡ୍ୟାନିୟଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟ ଆଇପିଏଲ ସହ ଜଡିତ ୩୬ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି ।
ଭାରତ ସରକାରଙ୍କୁ ବିସିସିଆଇ ଅନୁରୋଧ କରିଛି କି, ବିମାନବନ୍ଦରରେ ଆଇପିଏଲର ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ଅନୁମତି ଦିଆଯାଉ । ଯାହାଫଳରେ ଟିମ୍ ନିକଟରେ ସୁରକ୍ଷିତ ବାୟୋ-ବବଲ ରହିପାରିବ । ବାୟୋ-ବବଲକୁ ଅଧିକ ସୁରକ୍ଷିତ କରିବା ପାଇଁ ଅଧିକ କୋଭିଡ ଟେଷ୍ଟ ଉପରେ ଜୋର ଦେଇଛି ବିସିସିଆଇ ।
ଯାତ୍ରା ସମୟରେ କରୋନା ସଂକ୍ରମଣର ବିପଦ ଅଧିକ ରହିଥିବା ଯୋଗୁଁ ବୋର୍ଡ ପକ୍ଷରୁ ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ଅନୁରୋଧ କରିଛି ।