କଟକ (ଏଟିଆର ବ୍ୟୁରୋ); ଘରୋଇ ମାଟିରେ ଶେଷ ଲିଗ ମ୍ୟାଚରେ ଓହିଶାକୁ ଧୂଳି ଚଟାଇଲା ବେଙ୍ଗଲ । ଓଡିଶାକୁ ୮ ୱିକେଟ ହରାଇଛି ବେଙ୍ଗଲ । ଚଳିତ ବର୍ଷ ଓଡିଶାର ଏହା ୪ର୍ଥ ପରାଜୟ । ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ୭ଟି ମ୍ୟାଚ ଖେଳି ଓଡିଶା ୩ଟି ଜିତିଥିବା ବେଳେ ୪ଟି ମ୍ୟାଚ ହାରି ଶେଷ କରିଛି ଲିଗ ପର୍ଯ୍ୟାୟ । ଓଡିଶା ସହଜ ଟିମକୁ ହରାଇଥିବା ବେଳେ କଷ୍ଟ ଟିମ ସହିତ ସମୁଖୀନ ହୋଇ ପରାଜୟ ବରଣ କରିଛି । ତେବେ ଓଡିଶା ଆଗାମୀ ପର୍ଯ୍ୟାୟକୁ ଯିବ କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ ।
ଓଡିଶା ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ଟି ୱିକେଟ ହରାଇ ମାତ୍ର ୧୦୮ ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ୨୪ ରନ କରିଥିଲେ । ତାଙ୍କ ପଛକୁ ଦଳର ଅଧିନାୟକ ଅନୁରାଗ ଷଢ଼ଙ୍ଗୀ ୨୦ କରିଥିଲେ । ତେବେ ଦଳର କୌଣସି ଖେଳାଳି ବଡ ସ୍କୋର କରିପାରିନଥିଲେ । ଏଣୁ ଦଳ ମାତ୍ର ୧୦୮ ରନରେ ସିମିତ ରହିଥିଲା । ବେଙ୍ଗଲ ଦଳର ଘାତକ ବୋଲିଂରେ ଘାଇଲା ହୋଇଥିଲା ଓଡିଶା ଦଳ । ବେଙ୍ଗଲ ପକ୍ଷରୁ ଇଶାନ ପୋରେଲ ୩ଟି,ଅଶୋକ ଦିଣ୍ଡା୨ଟି,ଆୟାନ ୨ଟି ଏବଂ ସାୟନ ଘୋଷ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।
ସେପଟେ ୧୦୯ ରନର ବିଜୟ ଲକ୍ଷକୁ ପାର କରିବା ପାଇଁ ବେଙ୍ଗଲ ମାତ୍ର ୧୨ ଓଭର ୪ଟି ବଲରେ ପାର କରିଥିଲା । ଦଳ ମାତ୍ର ୨ଟି ୱିକେଟ ହରାଇ ଏହି ବିଜୟ ଲକ୍ଷ ଦଖଲ କରିଛି । ବେଙ୍ଗଲ ପକ୍ଷରୁ ଦଳର ଅଧିନାୟକ ରିଦ୍ଧିମାନ ଶାହା ସର୍ବାଧିକ ୫୨ ରନର ପାଳି ଖେଳିଥିଲେ । ସେ ମାତ୍ର ୩୧ଟି ବଲ ବଳରେ ଏହି ସ୍କେର କରି ପାରିଛନ୍ତି । ଓଡିଶା ପକ୍ଷରୁ ଶୁଭମ ନାୟକ ଏବଂ ଆଶୁତୋଷ ନାୟକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲୋ ।