ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ଅୱାର୍ଡାର ବିଜେତା ଘୋଷଣା କରିଛି ଆଇସିସି । ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ପୁରୁଷ ପାଇଁ ଭାରତୀୟ ବୋଲର ଭୁବନେଶ୍ୱର କୁମାରଙ୍କୁ ଚୟନ କରାଯାଇଛି । ସେହିପରି ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ମହିଳା ପାଇଁ ଦକ୍ଷୀଣ ଆଫ୍ରିକାର କ୍ରିକେଟର ଲିଜେଲ ଲିଙ୍କୁ ଚୟନ କରାଯାଇଛି । ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱରଙ୍କ ଦମଦାର୍ ପ୍ରଦର୍ଶନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯାଇଛି । ଏହା ଭାରତୀୟ ଫ୍ୟାନ୍ସ ମାନଙ୍କ ପାଇଁ ଖୁସୀର ମଉକା । କାରଣ ଲଗାତର ତୃତୀୟ ଥର ଏହି ଆୱାର୍ଡ ଭାରତୀୟ ଖେଳାଳୀଙ୍କୁ ହିଁ ମିଳିଛି । ଏହାପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଋଷଭ ପନ୍ଥ ଏହି ଆୱାର୍ଡ ନିଜ ନାଁରେ କରିଥିଲେ ।
ଏହି ଆୱାର୍ଡ ଜିତିବା ପରେ ଭୁବନେଶ୍ୱର କହିଛନ୍ତି, ଯାହା ପ୍ରକୃତରେ ଲମ୍ବା ଏବଂ ଯନ୍ତ୍ରଣାଦାୟକ ପରି ମନେ ହେଉଥିଲା, ମୁଁ ପୁନର୍ବାର ଭାରତ ପାଇଁ ଖେଳି ଖୁସି ଅନୁଭବ କଲି । ମୁଁ ମୋର ଫିଟନେସ୍ ଏବଂ ଦକ୍ଷତା ଉପରେ କାମ କରିବାକୁ ସମୟ ବ୍ୟବହାର କଲି । ମୋ ଦେଶ ପାଇଁ ୱିକେଟ୍ ନେଇ ମୁଁ ଖୁସି। ମୁଁ ମୋର ପରିବାର, ବନ୍ଧୁ ଏବଂ ସହକର୍ମୀମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ମୋତେ ଏହି ଯାତ୍ରାରେ ସାହାଯ୍ୟ କରିଥିଲେ । ଏଥିସହ, ଆଇସିସି ଭୋଟିଂ ଏକାଡେମୀ ଏବଂ ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି, ଯେଉଁମାନେ ମାର୍ଚ୍ଚରେ ‘ଆଇସିସି ପ୍ଲେୟାର ଅଫ୍ ଦିି ମନ୍ଥ ‘ କରିଥିଲେ ସେମାନଙ୍କୁ ମଧ୍ୟ ଏକ ବିଶେଷ ଧନ୍ୟବାଦ।