ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ମେଲବର୍ଣ୍ଣରେ ବୁମରାଙ୍କ ଚମକ୍ରାର ବୋଲିଂରେ ଖୁସି ପ୍ରଂଶସା ନକରି ରହି ପାରିନାହାଁନ୍ତି ଭାରତକୁ ପ୍ରଥମ ବିଶ୍ୱକପ ଦେଇଥିବା ଅଧିନାୟକ କପିଲ ଦେବ । ତେବେ ପ୍ରଥମରୁ ବୁମରାଙ୍କ ପ୍ରତି ଥିବା ଧାରଣା ଭୁଲ ପ୍ରମାଣିତ । କପିଲ ଭାବିଥିଲେ କି ବୁମରାଙ୍କ ବୋଲିଂ ଷ୍ଟାଇଲ ପାଇଁ ବେଶୀଦିନ ତିଷ୍ଟି ପାରିବେନି । କିନ୍ତୁ ବୁମରାଙ୍କ ଚମକ୍ରୋ ବୋଲିଂ ଦେଖିବା ପରେ ଏହି ଭ୍ରମ ସଂଶୋଧନ ହୋଇଛି ବୋଲି କହିଛନ୍ତି କପିଲ ।
୧୯୮୨ ମସିହାରେ ମେଲବର୍ଣ୍ଣରେ କପିଲ ୫ଟି ୱିକେଟ ନେଇ ଭାରତକୁ ବିଜୟ କରାଇଥିଲେ । କପିଲ ମାତ୍ର ୨୮ ରନ ଦେଇ ୫ଟି ୱିକେଟ ନେବା ସହ ଦଳ ବିଜୟର ଏକମାତ୍ର କର୍ଣ୍ଣଧାର ଥିଲେ । ତେବେ ତୃତୀୟ ଟେଷ୍ଟରେ ବୁମରା ପ୍ରଥମ ପାଳିରେ ୬ଟି ଏବଂ ଦ୍ୱିତୀୟ ପାଳିରେ ୩ଟି ୱିକେଟ ନେଇ ଦଳକୁ ବିଜୟ କରିବାରେ ସଫଳ ହୋଇଥିଲେ । ବୁମରାଙ୍କୁ ପ୍ରଂଶସା କରିବାକୁ ଯାଇ କପିଲ କହିଛନ୍ତି କି ଦଳ ବୋଲିଂରେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭର କରୁଛି । ଭବିଶ୍ୟତରେ ଭାରତୀୟ ଦଳକୁ ବୋଲିଂରେ ବହୁ ଉପରକୁ ନାଁ ନେଇଯିବେ ବୋଲି କହିଛନ୍ତିି । ଉଭୟ ପୁରୁଣା ଏବଂ ନୂଆ ବଲରେ ବୁମରା ବ୍ୟାଟଂମ୍ୟାନଙ୍କୁ ଘାଇଲା କରିବାରେ ମାହିର ।