ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୁଇଟି ବଡ ସିରିଜ ଖେଳିବେନି ଭାରତର ଭରଷାଯୋଗ୍ୟ ବୋଲର ଜଶପ୍ରିତ୍ ବୁମରା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ସୂଚନା ଦେଇଛି ବିସିସିଆଇ । ଭଲ ଫର୍ମରେ ଥିବା ବୁମରା ଦଳର ରହିବା ପରେ ଦଳ ଚିନ୍ତାରେ ପଡି ଯାଇଛି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ଜିତିବାରେ ବୁମରାଙ୍କର ପ୍ରମୂଖ ଭୂମିକା ରହିଥିଲା । ତେବେ ବୁମରାଙ୍କୁ ବିଶ୍ରାମ ଦେବା ପରେ ତାଙ୍କ ଜାଗାରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ୪ଟି ମ୍ୟାଚ ବିଶିଷ୍ଟ ସିରିଜରେ ବୁମରା ୨୧ ୱିକେଟ ନେବାରେ ସଫଳ ହୋଇଥିଲେ । ଯାହା ଫଳରେ ସେ ଅଷ୍ଟ୍ରେଲିଆ ସ୍ପିନର ଲିୟନଙ୍କ ସହ ସମାନ ଥିଲା । ଆଗକୁ ଭାରତରେ ଅଷ୍ଟ୍ରେଲିଆ ସହ ଆଉ ଏକ ସିରିଜ ଖେଳାଯିବ । ଏଣୁ ବୁମରାଙ୍କ ଉପରେ ପ୍ରେସର ନଦେଇ ବିଶ୍ରାମ ଦେଇଛି ବିସିସିଆଇ । ସେପଟେ ଶନିବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବ ଦିନିକିଆ ସିରିଜ । ଏବଂ ଆସନ୍ତା ୨୩ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ଏବଂ ୩ଟି ଟି-୨୦ ଖେଳିବ ଭାରତ । ତେବେ ଟି-ଟ୍ୱଣ୍ଟିରେ ବୁମରାଙ୍କ ଜାଗାରେ ସିଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଛି ।