ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡେ-ନାଇଟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ,ଭାରତୀୟ କ୍ରିକେଟ ଟିମ୍ ର କ୍ୟାପ୍ଟେନ ବିରାଟ କୋହଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ପିଙ୍କ ବଲ୍ ଦ୍ୱାରା ଖେଳିବା କଷ୍ଟକର ହେବ । ପ୍ରଥମ ଥର ପାଇଁ ଡେ-ନାଇଟ ଟେଷ୍ଟ ଖେଳିବା ଚ୍ୟାଲେଞ୍ଜ ଭରା ରହିଛି । ଶୁକ୍ରବାର ଦିନ କୋଲକାତାର ଐତିହାସିକ ଇଡନ ଗାର୍ଡସ ମଇଦାନରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।
ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଛନ୍ତି କି, ପ୍ରଥମ ଚରଣ ଖେଳଟା ଟିକେ କଷ୍ଟକର ରହିବ । ପ୍ରକୃତରେ କିଭଳି ଭାବେ ବୋଲିଂ କରାଯାଉଛି ସେନେଇ ପ୍ରଥମେ ଦେଖିବାକୁ ପଡିବ । ଗୋଟେ ଥର ଅଭ୍ୟାସରେ ପଡିଗଲା ମାତ୍ରେ ହିଁ ଡେ-ନାଇଟ ଫର୍ମାଟରେ ଖେଳିବା ସହଜ ହୋଇଯିବ ।