ଚେନ୍ନାଇ (ଏଟିଆର ବ୍ୟୁରୋ); ଧୋନୀଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟ ଚେନ୍ନାଇ ପରାଜୟ ବରଣ କରିଛି । ଶେଷ ବଲରେ ମାତ୍ର ୨ ରନ ଆବଶ୍ୟକ ହେଉଥିବା ବେଳେ କୌଣସି ରନ ନେଇପାରିନଥିଲେ ଧୋନୀ । ଫଳରେ ଦଳକୁ ପରାଜୟ ବରଣ କରିବା ପାଇଁ ପଡିଛି । ଦଳ ଚଳିତ ବର୍ଷ ୧୦ଟି ମ୍ୟାଚ ଖେଳି ଚେନ୍ନାଇ ୭ଟି ବିଜୟ ହୋଇ ପଏଣ୍ଟ ଟେବୁଲର ଟପରେ ରହିଛି ।
। ଆରସିବିର ୧୬୧ ରନ୍ ଜବାବରେ ମହେନ୍ଦ୍ର ସିଂହ ଧୋନି (୮୪ଞ୍ଚ, ୪୮ ବଲ, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୧୬୦/୮ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୨୪ ରନ୍ ଆଦାୟ କରିବା ସତ୍ତ୍ବେ ଚେନ୍ନାଇ ବିଜୟ ପାଇ ପାରିନଥିଲା। ଉଭୟ ଦଳ ନିଜ ନିଜର ୧୦ମ ମ୍ୟାଚ୍ ଖେଳିଥିବାବେଳେ କୋହଲି ତୃତୀୟ ବିଜୟ ଏବଂ ଧୋନି ତୃତୀୟ ପରାଜୟ ବରଣ କରିଥିଲେ। ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଧୋନି ବାହିନୀ କୋହଲିଙ୍କ ଆରସିବି ଦଳକୁ ୧୬୧/୧ରେ ସୀମିତ ରଖିଥିଲା।
ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୧୬୧/୭ (ପାର୍ଥିବ ପଟେଲ୍-୫୩, ମୋଇନ୍ ଅଲୀ-୨୬, ଏବି ଡି’ଭିଲିୟର୍ସ-୨୫, ଦୀପକ ଚହର-୨.୨୫, ରବୀନ୍ଦ୍ର ଜାଦେଜା-୨/୨୯, ଡ୍ବାନ୍ ବ୍ରାଭୋ-୨/୩୪, ଇମ୍ରାନ୍ ତାହିର-୧/୩୧)। ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୬୦/୮ (ମହେନ୍ଦ୍ର ସିଂହ ଧୋନି-୮୪ଞ୍ଚ, ଡେଲ୍ ଷ୍ଟେନ୍-୨/୨୯, ଉମେଶ ଯାଦବ-୨/୪୭, ନଭଦୀପ ସଇନି-୧/୨୪, ୟୁଜବେନ୍ଦ୍ର ଚହଲ-୧/୨୪)।