ଚେନ୍ନାଇ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲରେ ଧୋନୀ ବାହିନୀର ହାଟ୍ରିକ ବିଜୟ । ରାଜସ୍ଥାନକୁ ୮ ରନରେ ହରାଇଲା ଚେନ୍ନାଇ । ଶେଷ ସମୟରେ ବେନ ଷ୍ଟୋକ୍ସ ଏବଂ ଆଚରଙ୍କ ଲଢ଼ୁଆ ବ୍ୟାଟିଂ ବ୍ରାଭୋଙ୍କ ବୋଲିଂ ଆଗରେ ଫିକା ପଡିଥିଲା । ଏଣୁ ପରାଜୟକୁ ବରଣ କରିବା ପାଇଁ ବାଧ୍ୟ ହୋଇଥିଲା ରାଜସ୍ଥାନ । ଚେନ୍ନାଇର ୧୭୫ ରନ୍ ଜବାବରେ ରାଜସ୍ଥାନ ୧୬୭/୮ରେ ସୀମିତ ରହିଥିଲା। ବେନ୍ ଷ୍ଟୋକ୍ସ (୪୬, ୨୬ ବଲ, ୧ ଚୌକା, ୩ ଛକା) ଏକା ଲଢ଼ିଥିଲେ। ଶେଷ ଓଭର ପ୍ରଥମ ବଲରେ ଆଉଟ୍ ହୋଇଯିବାରୁ ରାଜସ୍ଥାନ ଆବଶ୍ୟକ ୧୨ ରନ୍ ଆଦାୟ କରିନପାରି ନଥିଲେ।
ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚ୍ରେ ଚେନ୍ନାଇ ୧୪ତମ ଓଭରରେ ୮୮/୪ରେ ସଂଘର୍ଷ କରୁଥିଲା। ଏହା ପୂର୍ବରୁ ୨୭/୩ରେ ଥିବାରୁ ଦଳର ରନ୍ ଗତି ବି ଦୁର୍ବଳ ଥିଲା। ସୁରେଶ ରାଇନା (୩୬, ୩୨ ବଲ)ଙ୍କୁ ନେଇ ଚତୁର୍ଥ ୱିକେଟ୍ରେ ୬୧ ରନ୍ ଯୋଡ଼ିଥିଲେ ଧୋନି। ଏହା ପରେ ଡ୍ବାନ୍ ବ୍ରାଭୋ (୨୭, ୧୬ ବଲ, ୩ ଚୌକା, ୧ ଛକା)ଙ୍କୁ ନେଇ ମଧ୍ୟ ଆଉ ଏକ ଅର୍ଧଶତକୀୟ ଭାଗୀଦାରି (୫୬) କରିଥିଲେ। ୩୯ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଧୋନି ଶେଷକୁ ତାଙ୍କ ପୁରୁଣା ଷ୍ଟାଇଲ୍ ଆକ୍ରାମକ ରୂପ ଦେଖାଇଥିଲେ। ୪୬ ବଲରୁ ୪ ଲେଖାଏଁ ଚୌକା ଓ ଛକା ମାରି ୭୫ଞ୍ଚ ରନ୍ କରିଥିଲେ। ଶେଷ ୩ ଓଭରରୁ ଚେନ୍ନାଇ ୬୦ ରନ୍ ଆଦାୟ କରିଥିଲେ।