ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଟୋକିଓ ଅଲମ୍ପିକସରେ ଇତିହାସ ସୃଷ୍ଟି କରିଥିବା ୪ ଜଣ ଓଡିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ଓଡିଶାରୁ ଭାରତୀୟ ହକି ଟିମରେ ଥିବା ୨ ଜଣ ପୁରୁଷ ହକି ଖେଳାଳି ଓ ୨ ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିଛନ୍ତି ।
ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିବା ସହ ଊଝଚପଦରେ ନିଯୁକ୍ତି ଦେଇଛନ୍ତି । ସେହିପରି ମହିଳା ହକି ଟିମର ୨ ଜଣ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଖେଳାଳିଙ୍କୁ କଠିନ ପରିଶ୍ରମ ଗାରି ରଖିବାକୁ ଓ ଦେଶ ପାଇଁ ଗୌରବ ଆଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତିୁ ବେହେରା,ଓଡିଶା ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି, ୫ ଟି ସଚିବ ଭିକେ ପାଣ୍ଡିଆନ ଓ କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ଅଲମ୍ପିକସ ଖେଳ ସରିବା ପରେ ଖେଳାଳିଙ୍କୁ ବିଭିନ୍ନ ରାଜ୍ୟ ସରକାର, କେନ୍ଦ୍ର ସରକାର ସମେତ ବହୁ ଅନୁଷ୍ଠାନ ପକ୍ଷରୁ ଉପହାର ଓ ଶୁଭେଚ୍ଛା ମିଳିଛି ।