ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟକୁ ଭ୍ରଷ୍ଟାଚାରରୁ ଦୂରେଇ ରଖିବା ପାଇଁ ବିଶ୍ୱସ୍ତରୀୟ ସଂସ୍ଥା ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ଆଇସିସି ବିଶ୍ୱସ୍ତରୀୟ ପୋଲିସ ସଂଗଠନ ଇଂଟରପୋଲ ସହିତ ହାତ ମିଶାଇଛି ।
ଆଇସିସି ମୁତାବକ, ଗତ ସପ୍ତାହରେ ଭ୍ରଷ୍ଟାଚାର ନରୋଧୀ ସଂଘର ମହାପ୍ରବନ୍ଧକ ଆଲେକ୍ସ ମାର୍ଶଲ ଫ୍ରାନ୍ସର ଲିୟୋନ ସ୍ଥିତ ଇଂଟରପୋଲ କାର୍ଯ୍ୟାଳୟରେ ଶୀର୍ଷ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଏହି ଖେଳକୁ ଭ୍ରଷ୍ଟାଚାରରୁ ମୁକ୍ତ ରଖିବା ଉପାୟ ବିଷୟରେ ଚର୍ଚ୍ଚା କରିଥିଲେ । ସବୁଠୁ ବଡ କଥା ହେଉଛି କ୍ରିକେଟ ଭଳି ଲୋକପ୍ରିୟ ଖେଳରେ ଭ୍ରଷ୍ଟାଚାର ରୋକିବା ପାଇଁ ଇଂଟରପୋଲ ସାହାଯ୍ୟ ଚାହିଁଛି ଆଇସିସି ।
ଆଲେକ୍ସ କହିଛନ୍ତି କି, ‘ଆଇସିସି ଏବଂ ଇଂଟରପୋଲ ଏକାଠି ମିଶି କାମ କରିବାକୁ ଚାହୁଁଛନ୍ତି । ଏହାସହିତ ଗତ ସପ୍ତାହରେ ହୋଇଥିବା ଆଲୋଚନା ସକରାତ୍ମକ ହୋଇଛି । ଅନେକ ଦେଶର ଆଇନ ପ୍ରବର୍ତ୍ତନ ଏଜେନ୍ସି ସହିତ ଆଇସିସି ର ସମ୍ପର୍କ ଖୁବ୍ ଭଲ ରହିଛି । କିନ୍ତୁ ଇଂଟରପୋଲ ସହ କାମ କରି ଆମେ ଆମ ଦେଶକୁ ୧୯୪ ଦେଶ ଯାଏଁ ପ୍ରସାରିତ କରାଇ ପାରିବୁ ।’
ଆଇସିସିର ଉଦ୍ଦ୍ୟେଶ ଖେଳାଳୀଙ୍କୁ ଭ୍ରଷ୍ଟାଚାରକୁ ନେଇ ଶିକ୍ଷିତ କରିବା ଏବଂ ଏହାର ସମସ୍ତ ମାଧ୍ୟମ ଏବଂ ସାଧନା ଉପରେ ରୋକ ଲଗାଇବା । ଏହି ଖେଳରେ ଭ୍ରଷ୍ଟାଚାର ରୋକିବା ପାଇଁ ଇଂଟରପୋଲ ତାର ବ୍ୟାପକ ପ୍ରସାର ମାଧ୍ୟମରେ ଆଇସିସିକୁ ସାହାଯ୍ୟ କରୁ ।
ଏହି ମାମଲାରେ ଇଂଟରପୋଲର ନିର୍ଦ୍ଦେଶକ ଜୋସ୍ ଗାର୍ସିୟା କହିଛନ୍ତି କି, ଖେଳ ଲୋକଙ୍କୁ ଜୋଡୁଛି କିନ୍ତୁ ଅପରାଧୀ ନିଜ ହିତ ପାଇଁ ଖେଳର ଗାରିମାକୁ ଖରାପ କରିବାକୁ ପ୍ରୟାସ କରୁଛନ୍ତି । ଇତି ମଧ୍ୟରେ ଆମେ କ୍ରିକେଟ ଭଳି ଲୋକପ୍ରିୟ ଖେଳରେ ଅପରାଧକୁ ରୋକିବା ପାଇଁ ଆଇସିସି ର ସାଥ୍ ଦେବାକୁ ଚାହୁଁଛୁ ।