ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲାରେ ସହୀଦ ହୋଇଥିବା ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗ ଘୋଷଣା କରିଛି ।
ଏନେଇ ସିଏସକେର ନିର୍ଦ୍ଦେଶକ ରାକେଶ ସିଂ କହିଛନ୍ତି କି ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୁର ମଧ୍ୟରେ ହେବାକୁ ଥିବା ଓପନିଙ୍ଗ୍ ମୁକାବିଲା ର ସମସ୍ତ ଟିକେଟର ଆୟ ଆତଙ୍କି ହମଲାରେ ସହୀଦ ହୋଇଥିବା ଯବାନଙ୍କୁ ପରିବାରକୁ ଦାନ କରାଯିବ ।
ଏହି ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ ମାର୍ଚ୍ଚ ୨୩ ରେ ଖେଳାଯିବ । ଏହାପୂର୍ବରୁ କିଙ୍ଗସ ଇଲେଭେନ୍ ପଞ୍ଜାବ ବି ପୁଲୱାମା ହମଲାରେ ସହୀଦ ହୋଇଥିବା ୫ ଜଣ ଯବାନଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ସାହାୟତା ରାଶି ଦେଇଥିଲେ ।
ଖବରମୁତାବକ, ଗତ ମାସରେ ଜମ୍ମୁ-କଶ୍ମୀର ପୁଲୱାମା ଠାରେ ସିଆରପିଏଫ୍ ଯବାନଙ୍କ କାଫିଲା ଉପରେ ଆତଙ୍କି ହମଲା କରାଯାଇଥିଲା । ଏଥିରେ ୪୦ ଯବାନ ସହୀଦ ହୋଇଥିଲେ ।