ଚେନ୍ନାଇ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୫୦ତମ ମ୍ୟାଚଟି ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁ ଦଳ ଆଜିର ମ୍ୟାଚଟି ବିଜୟ ସେ ପଏଣ୍ଟ ଟେବୁଲର ଟପରେ ରହିବ । ଦୁଇ ଦଳ ପାଇଁ ମ୍ୟାଚଟି ଗୁରୁତ୍ୱପୂଣ୍ଣ ରହିଛି । ଏଣୁ ଆଜିର ମ୍ୟାଚଟି ସଂଘର୍ଷପୂଣ୍ଣ ହେବ । ଉଭୟ ଦଳ ଚଳିତ ବର୍ଷ ୧୨ଟି ଲେଖାଏଁ ମ୍ୟାଚ ଖେଳି ୮ଟି ବିଜୟ ହୋଇଛନ୍ତି । ଚେନ୍ନାଇ ପ୍ରଥମରୁ ଲଗାତାର ବିଜୟ ହୋଇଥିଲେ ସୁଦ୍ଧା ଶେଷ ମ୍ୟାଚ ଗୁଡିକରେ ପରାଜୟ ବରଣ କରିଛି ।
ଧୋନିଙ୍କ ଅନୁପସ୍ଥିତି ପାଇଁ ଚେନ୍ନାଇ ପରାଜୟ ବରଣ କରିଥିଲା । ଧୋନିଙ୍କୁ ଜ୍ୱର ହେବା ସହିତ ତାଙ୍କୁ ପିଠି ଯନ୍ତ୍ରଣା ମଧ୍ୟ ଅନୁଭବ ହେଉଛି । ଆସନ୍ତା ବିଶ୍ୱକପକୁ ଦୃଷ୍ଟିରେ ରଖି ସେ ବିଶ୍ରାମ ନେଇଛନ୍ତି । ଧୋନିଙ୍କ ବିନା ଦଳର କାହାଣୀ ଅଧା । ତେବେ ଆଜିର ମ୍ୟାଚରେ ଖେଳିପାରନ୍ତି ଧୋନି । ଦୁଇ ଦଳର ଖେଳାଳିମାନେ ଭଲ ଫର୍ମରେ ରହିଛନ୍ତି । ଏଣୁ ଆଜିର ମ୍ୟାଚଟି ହାଇସ୍କୋରିଂ ହେବ ବୋଲି ଅନୁମାନ କରାଯାଉଛି ।
ଦିଲ୍ଲୀର ଯୁବ ଖେଳାଳି ପନ୍ଥ ଏବେ ଦମଦାର ଫର୍ମରେ ଅଛନ୍ତି । ତାଙ୍କ ସହ ଦଳର ପ୍ରାରମ୍ଭିକ ଖେଳାଳି ପୃଥୀ ଶ,ଧାୱନ ଏବଂ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଚଳିତ ବର୍ଷ ଆରମ୍ଭରୁ ଭଲ ଫର୍ମରେ ନଜର ଆସିଛନ୍ତି । ଯାହାକି ଦଳକୁ ଏତେ ଉପରକୁ ନେଇପାରିଛି । ବୋଲିଂରେ ଦଳ ରାବାଡାଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି । ଚଳିତ ବର୍ଷ ସର୍ବାଧିକ ୱିକେଟ ଅକ୍ତିଆର କରି ସେ ପର୍ପଲ କ୍ୟାପ ଲିଷ୍ଟର ଶୀର୍ଷରେ ରହିଛନ୍ତି ।