ହାମିଲଟନ (ଏଟିଆର ବ୍ୟୁରୋ); ଘରୋଇ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ୨୧୭ ରନରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ । ଦଳର ବ୍ୟାଟ୍ସମ୍ୟାନମାନେ ଭଲ ଫର୍ମରେ ରହିଛନ୍ତି । ଦଳ ପକ୍ଷରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ଜିତ ଜାଭେଲ ଏବଂ ଟମ ଲାଥମ ଶତକ ହାସଲ କରିଛନ୍ତି । ଲାଥମ ବ୍ୟକ୍ତିଗତ ୧୬୧ ରନ କରି ଆଉଟ ହୋଇଥିବା ବେଳେ ଜାଭେଲ ୧୩୨ ରନର ଲଢ଼ୁଆ ପାଳି ଖେଳିଛନ୍ତି । ଉଭୟଙ୍କ ପାର୍ଟନର ସିପ ପାଇଁ ଦଳ ବିଶାଳ ସ୍କୋର ଅଭିମୁଖେ ଗତି କରୁଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳର ଅଧିନାୟକ କେନ ୱିଲିୟମସନ ୯୩ ଏବଂ ନେଲ ୱିଙ୍ଗର ୧ ରନ କରି ପଡିଆରେ ମହଜୁଦ ଅଛନ୍ତି ।
ଭ୍ରମଣକାରୀ ବାଲାଂଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ଦଳ ୨୩୪ ରନରେ ସିମିତ ରହିଥିଲା । ଦଳ ପକ୍ଷରୁ ଟମିମ ଇକବାଲ ୧୨୬ ରନର ଶତକୀୟ ପାଳି ଖେଳିଥିଲେ । କିନ୍ତୁ ଦଳର ଆଉ କୌଣସି କେଳାଳି ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ନେଲ ୱିଙ୍ଗର ସର୍ବାଧିକ୫ଟି ୱିକେଟ ନେଇଥିବା ବେଳେ ଟିମ ସାଉଥୀ ୩ଟି,ବୋଲ୍ଟ ଗୋଟିଏ ଏବଂ ଗ୍ରାଣ୍ଡମୋଲେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।
ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ପାର୍ଟନରସିପ ବାଲାଂଦେଶର ମୁଣ୍ଡବିନ୍ଧାର କାରଣ ହୋଇଛି । ଆଉ ତିନି ଦିନର ଖେଳ ବାକିଥିବା ବେଳେ ପାହାଡ ସ୍କେର ଛିଡ କରି ବିଜୟ ଲକ୍ଷରେ ରହିବ ନ୍ୟୁଜିଲାଣ୍ଡ । ସେପଟେ ପଡିଆରେ ଦୀର୍ଘ ସମୟ ତିଷ୍ଠି ରହି ମ୍ୟାଚକୁ ଡ୍ର କରିବା ପାଇଁ ଚେଷ୍ଠା କରିବ ଭ୍ରମଣକାରୀ ଦଳ ।