ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୨୦୦୯ ମସିହାରୁ ୨୦୧୬ ପର୍ଯ୍ୟନ୍ତ ଆମ୍ରପାଲି ଗୃପର ବ୍ରାଣ୍ଡ ଆମ୍ବାସଡର ହୋଇଥିଲେ ଧୋନି । ତେବେ ଏହି ଗୃପ ତାଙ୍କ ପାଉଣା ବାକି ରଖିଛି । କେବଳ ଏତିମି ନୁହେଁ ଏହି ଗୃପ ଧୋନିଙ୍କୁ ଘର ଦେବା ପାଇଁ କହି ଶେଷରେ ଠକି ଦେଇଛି । ରାଂଚିରେ ଆମ୍ରପଲ୍ଲୀ ପ୍ରକଳ୍ପରେ ତାଙ୍କୁ ପେଂଟ ହାଉସ ଅଧିକାର ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏହାସହ ପ୍ରକଳ୍ପ ତାଲିକାରେ ଅନ୍ୟ ଘର କ୍ରେତାଙ୍କୁ ସାମିଲ କରାଯାଉ ବୋଲି ଧୋନି ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଆମ୍ରପାଲ୍ଲୀ ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ସତ୍ୟପାଠରେ କହିଛନ୍ତି, ଘର ଦେବାକୁ କହି ଠକି ଦେଇଛି କମ୍ପାନୀ ।
ଧୋନି ପେଣ୍ଟ ହାଉସରେ ଫ୍ଲାଟ ବୁକ କରିଥିଲେ । କିନ୍ତୁ ଆମ୍ରପାଲି ଗୃପ ତାଙ୍କୁ ଠକିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ,ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ । ସେ ଦେଶକୁ ଅଧିନାୟକ ଭାବରେ ଦୁଇଟି ବିଶ୍ୱକପ ଉପହାର ଦେଇଛନ୍ତି । ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଜିତାଇଥିବା ବେଳେ ୨୦୧୧ରେ ଘରୋଇ ପରିବେଶରେ ବିଶ୍ୱକପ ଜିତିଥିଲା ଭାରତ । ଏହି ସବୁ ମ୍ୟାଚର ଅଧିନାୟକ ଥିଲେ ଧୋନି । ବିଶ୍ୱ କ୍ରିକେଟରେ ମଧ୍ୟ ଧୋନିଙ୍କର ବହୁତ କ୍ଷାତି ରହିଛି । ତାଙ୍କର ସବୁଠାରୁ ଅଧିକ ପ୍ରଂଶସକ ମଧ୍ୟ ଅଛନ୍ତି ।