ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଇତିହାସ ରଚିଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଚଳିତ ବର୍ଷ ଜାଭେଲିନ୍ ଥ୍ରୋ’ରେ ଡାଏମଣ୍ଡ ଲିଗ୍ ଟାଇଟେଲ ହାତେଇଛନ୍ତି ନୀରଜ । ଏହାସହିତ ସେ ଭାରତର ପ୍ରଥମ ଆଥଲେଟ୍ ଭାବେ ଏହି ଟାଇଟେଲ ହାତେଇ ଇତିହାସ ରଚିଛନ୍ତି ।
ଫାଇନାଲ ରାଉଣ୍ଡରେ ୮୮.୪୪ ମିଟର ଦୂର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଫେଲ ହେବା ପରେ ଦ୍ୱିତୀୟ ପ୍ରୟାସରେ ସେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ।
୨୦୧୭ ଓ ୨୦୧୮ ମସିହାରେ ମଧ୍ୟ ଡାଇମଣ୍ଡ ଲିଗ୍ ରେ ପହଁଚିଥିଲେ ନୀରଜ । ସେ କ୍ରମଶଃ ସପ୍ତମ ଏବଂ ଚତୁର୍ଥ ସ୍ଥାନରେ ରହିଥିଲେ । କିନ୍ତୁ ଚଳିତ ବର୍ଷ ସେ ନିଜ ନାଁରେ ଟାଇଟେଲ ହାତଇ ଇତିହାସ ରଚିଛନ୍ତି ।