ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଟିମ୍ ରେ ଜଣେ ୧୮ ବର୍ଷିୟ ଖେଳାଳି ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଦିବ୍ୟାଂଶ ଜୋଶୀ ମିଜୋରାମ ନାମକ ଏହି କ୍ରିକେଟର ଅଣ୍ଡର ୧୯ ଟିମ୍ ରେ ସାମିଲ ହେବା ପରେ ଏକ ହୃଦୟସ୍ପର୍ଶୀ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ସେ ଗୋଟେ ଦିନ ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ କମ୍ପିଟିସନ୍ କରିବାକୁ ଚାହିଁବେ ।
ଦିଲ୍ଲୀରେ ଜନ୍ମିତ ୧୮ ବର୍ଷିୟ ଦିବ୍ୟାଂଶ ଯୋଶୀ ମିଜୋରମ ର ଟିମ୍ ପାଇଁ କ୍ରିକେଟ ଖେଳୁଛନ୍ତି । ଖେଳରେ ସେ ଭଲ ପ୍ରଦର୍ଶନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୨୦ ରେ ଦକ୍ଷୀଣ ଆଫ୍ରିକାରେ ହେବାକୁ ଥିବା ଅଣ୍ଡର ୧୯ ବିଶ୍ୱ କପ ଟିମ୍ରେ ତାଙ୍କୁ ସାମିଲ କରାଯାଇଛି । ଏହାସହିତ ସେ ମିଜୋରମର ପ୍ରଥମ କ୍ରିକେଟର ଯିଏ ଟିମ୍ ଇଣ୍ଡିଆକୁ ପ୍ରତିନିଧିତ୍ୱ କରିବେ ।
ଅଣ୍ଡର ୧୯ ବିଶ୍ୱ କପ୍ ପାଇଁ ଟିମ୍:
ପ୍ରିୟମ ଗର୍ଗ(କ୍ୟାପ୍ଟେନ),ୟଶସ୍ୱୀ ଜାୟସବାଲ, ତିଲକ ବର୍ମା, ଦିବ୍ୟାଂଶ ସକସେନା, ଧୃବ ଚନ୍ଦ ଜୁରେଲ, ଶାସ୍ୱତ ରାୱତ, ଦିବ୍ୟାଂଶ ଯୋଶୀ, ଶୁଭାଙ୍ଗ ହେଗଡେ, ରବି ବିଶ୍ନୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଅଥର୍ବ ଅଙ୍କଲେକର, କୁମାର କୃଶାଗ୍ର(ୱିକେଟ କିପର), ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ ।